ଚେନ୍ନାଇ: ଚେନ୍ନାଇରେ ଅଭାବନୀୟ ଘଟଣା । ଚଳନ୍ତା କାରରେ ମହିଳାଙ୍କୁ ଛୁରୀ ଦେଖାଇ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ୩ଜଣ ସନ୍ଦିଗ୍ଧ ଏହି କାଣ୍ଡ ଘଟାଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଚେନ୍ନାଇ ନିକଟସ୍ଥ କିଲାମ୍ବକ୍କମ୍ ବସ୍ ଟର୍ମିନସ୍ ବାହାରେ ମହିଳା ଜଣକ ବସ୍ ପାଇଁ ଅପେକ୍ଷା କରିଥିଲେ । ଏହାପରେ ଜଣେ ଅଟୋ ରିକ୍ସା ଡ୍ରାଇଭର ତାଙ୍କୁ ଲିଫ୍ଟ ଦେବାପାଇଁ କହିଥିଲେ । କିନ୍ତୁ ଯେତେବେଳେ ମହିଳାଜଣକ ଯିବାକୁ ମନା କରିଥିଲେ, ସେ ତାଙ୍କୁ ଭିତରକୁ ଟାଣି ଆଣିଥିଲେ । କିଛି ସମୟ ପରେ, ଆଉ ଦୁଇଜଣ ପୁରୁଷ ଅଟୋରେ ଚଢ଼ିଥିଲେ। ଏହା ତାଙ୍କୁ ଛୁରୀ ଦେଖାଇ ଯୌନ ନିର୍ଯାତନା ଦେଇଥିଲେ । ଏହାପରେ ମହିଳାଜଣକ ଚିତ୍କାର କରୁଥିବା ବେଳେ ଜଣେ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସିବାର ଜାଣିପାରି ସେମାନେ ପୀଡିତାକୁ ରାସ୍ତାରେ ଛାଡି ଚାଲିଯାଇଥିଲେ। ଏହାପରେ ପୋଲିସ ମହିଳାଙ୍କ ବୟାନ ଆଧାରରେ ତଦନ୍ତ ଆରମ୍ଭ କରିଛି । ତେବେ ଏହାକୁ ନେଇ ରାଜନୈତିିକ ବୟାନବାଜୀ ଆରମ୍ଭ ହୋଇଥିଲା ।