28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶରିକ୍ସା ଚାଳକ ନାବାଳିକା ସହ ଯାହା କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ରିକ୍ସା ଚାଳକ ନାବାଳିକା ସହ ଯାହା କଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ମୁମ୍ବାଇ: ମୁମ୍ବାଇର ଚେମ୍ବୁର ଥାନାରେ ନାବାଳିକା ଦୁଷ୍କର୍ମ ଅଭିଯୋଗ । ନାବାଳିକା ଏକାକୀ ଯାଉଥିବାର ସୁଯୋଗ ନେଇ ରିକ୍ସା ଚାଳକ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିବା ହୋଇଛି ଅଭିଯୋଗ । ସୂଚନା ମୁତାବକ, ଜୁଲାଇ ୨୨ରୁ ୧୩ ସେପ୍େଟମ୍ବର ମଧ୍ୟରେ ଏହି ଘଟଣା ଘଟିଛି । ନାବାଳିକା କୁର୍ଲାରେ ନିଜ ପରିବାର ସହ ରହୁଥିବା ବେଳେ ଚେମ୍ବୁର ସ୍କୁଲରେ ପଢୁଥିଲା । ଛାତ୍ରୀ ସ୍କୁଲକୁ ଯିବାକୁ ରିକ୍ସା ଧରିଥିଲା । ନାବାଳିକା ଛାତ୍ରୀକୁ ଏକାକୀ ପାଇ ରିକ୍ସା ଚାଳକ, ନାବାଳିକାକୁ ଏକ ନିଛାଟିଆ ଜାଗାକୁ ନେଇ ଯାଇଥିଲା ।

ସେଠାରେ ଥିବା ଏକ ପରିତ୍ୟକ୍ତ କୋଠାକୁ ଛାତ୍ରୀକୁ ନେଇ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । ଛାତ୍ରୀ ଭୟରେ ଜୋର ଜୋରରେ ଚିକ୍ରାର କରିବାରୁ ରିକ୍ସା ଚାଳକର ସବୁ ମନବାଞ୍ଛା ଅପୂର୍ଣ୍ଣ ରହିଗଲା । ସେ ସେଠାରୁ ଖସି ପଳାଇଥିଲା । କିନ୍ତୁ ଯିବା ପୂର୍ବରୁ ଏନେଇ କାହାରିକୁ କିଛି ନ କହିବାକୁ ଧମକ ଦେଇଥିଲା । କିନ୍ତୁ ଝିଅର ବ୍ୟବହାରରେ କ୍ରମାଗତ ପରିବର୍ତ୍ତନକୁ ନେଇ ଛାତ୍ରୀର ମାଆ ଯେତେବେଳେ ବାରମ୍ବାର ପଚାରିଥିଲେ, ସେ ସବୁ କଥା କହିଥିଲା । ଏହା ଜାଣିବା ପରେ ଛାତ୍ରୀର ମାଆ ଚେମ୍ବୁର ଥାନାରେ ଏକ ଅଫିଯୋଗ ଦାୟର କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ପକ୍ସୋ ଆକ୍ଟରେ ମାମଲା ଦାୟର କରି ଘଟଣାର ତଦନ୍ତ ଜାରି ରଖି । ଅଭିଯୁକ୍ତକୁ ଧରିବାକୁ ତାକୁ ଖୋଜୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking