31.1 C
Bhubaneswar
Monday, March 30, 2026
Homeଅପରାଧଦୁଇ ବର୍ଷ ଧରି ଝିଅ ସହ ବାପା ଯାହା କରୁଥିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ଦୁଇ ବର୍ଷ ଧରି ଝିଅ ସହ ବାପା ଯାହା କରୁଥିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। କାମନା ନିଆଁରେ ଜଳିଗଲା ସମ୍ପର୍କ। ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ବାପା ତାଙ୍କୁ ପ୍ରାୟ ୨ ବର୍ଷ ଧରି ଦୁଷ୍କର୍ମ କରିଆସୁଥିଲେ। ଯେତେବେଳେ ସେ ସାହସ ଜୁଟାଇ ତାଙ୍କ ବଡ଼ ଭାଇଙ୍କୁ ଏ ବିଷୟରେ କହିଥିଲେ, ସେତେବେଳେ ସେ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲେ। ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। ଜିଲ୍ଲାର କରିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦିନାରା ଥାନା ଅଧୀନ ଏକ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ୫୬ ବର୍ଷୀୟ ବାପା ତାଙ୍କୁ ପ୍ରାୟ ୨ ବର୍ଷ ଧରି ଦୁଷ୍କର୍ମ କରିଆସୁଥିଲେ।

ଯେତେବେଳେ ସେ କୌଣସି ପ୍ରକାରେ ତାଙ୍କ ୧୯ ବର୍ଷୀୟ ବଡ଼ ଭାଇକୁ କହିବାକୁ ସାହସ କଲେ, ହେଲେ ସେ ସବୁକଥା ଶୁଣିସାରି ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଦୁଷ୍କର୍ମ କରିଥିଲା ଏବଂ ତାଙ୍କର ଏକ ଅଶ୍ଳୀଳ ଭିଡିଓ ମଧ୍ୟ ତିଆରି କରିଥିଲେ। ପରିବାର ଲୋକଙ୍କ ନିର୍ଯାତନା ପରେ ମଧ୍ୟ ପୀଡ଼ିତା ହାର ମାନିନଥିଲେ ଏବଂ ସାହସର ସହ ନିଜ ସାନ ଭାଇଙ୍କୁ ଏ କଥା କହିଥିଲେ। ବଡ଼ ଭଉଣୀର କଥା ଶୁଣି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଭଉଣୀଙ୍କ ବିଷୟରେ ଅଭିଯୋଗ କରିବା ପାଇଁ ସେ ଦିନାରା ଥାନାରେ ପହଞ୍ଚିଥିଲେ। ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ୩ ବର୍ଷ ତଳେ ତାଙ୍କ ବାପା-ମା’ଙ୍କର ଝଗଡ଼ା ହୋଇଥିଲା, ଯାହା ପରେ ତାଙ୍କ ମାଆ ତାଙ୍କୁ ଛାଡ଼ି ଅନ୍ୟତ୍ର ଚାଲିଯାଇଥିଲେ। ମାଆ ଯିବାର କିଛି ସମୟ ପରେ ବାପା ନିଜ ଝିଅକୁ ଶିକାର କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking