32.1 C
Bhubaneswar
Wednesday, October 16, 2024
Homeଅପରାଧଚାକିରି କରାଇଦେବା ଆଳରେ ମହିଳାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ଚାକିରି କରାଇଦେବା ଆଳରେ ମହିଳାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ଭୁବନେଶ୍ୱର: ଚାକିରି କରାଇଦେବା ଆଳରେ ଜଣେ ଅସହାୟ ମହିଳାଙ୍କୁ ଫସାଇବା ପରେ ତାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଆଜି ବାଲିଅନ୍ତା ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ସେ ହେଲା ବାଲିଅନ୍ତା ସାଇବିହାରରେ ରହୁଥିବା ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳର ଦୀପକ ପ୍ରଧାନ(୩୮) । ଜାମିନ ଖାରଜ ହେବାରୁ ଦୀପକକୁ ଝାରପଡ଼ା ଜେଲ୍ ହାଜତକୁ ପଠାଇଦିଆଯାଇଛି । ପୁଲିସ ସୂଚନାନୁସାରେ ଅଭିଯୋଗକାରିଣୀ ପୀଡ଼ିତା ଜଣେ ବିବାହିତ ମହିଳା । ପାରିବାରିକ କଳହ କାରଣରୁ ତାଙ୍କୁ ଘର ଛାଡ଼ିବାକୁ ପଡ଼ିଥିଲା । ତେଣୁ ଚାକିରି କରିବା ଆଶାରେ ସେ ଭୁବନେଶ୍ୱର ଚାଲିଆସି ବାଲିଅନ୍ତା ଅଞ୍ଚଳରେ ରହୁଥିଲେ । ଚାକିରି ଲକ୍ଷ୍ୟରେ ସେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସାଇବିହାରରେ ରହୁଥିବା ଦୀପକଙ୍କ ସହ ପରିଚୟ ହୋଇଥିଲା । ଦୀପକ ତାଙ୍କୁ ଚାକିରି କରାଇଦେବାରେ ସହଯୋଗ କରିବେ ବୋଲି କହିଥିଲେ ।

ନିହାତି ଚାକିରିଟିଏ ଦରକାର କରୁଥିବା ପୀଡ଼ିତା ଦୀପକର କଥା ଚାତୁରୀରେ ଭଳିଯାଇଥିଲେ । କିନ୍ତୁ ଦୀପକ ମନରେ ଯେ ହଳାହଳ ବିଷ ଭରିରହିଥିଲା, ପୀଡ଼ିତା ତା’ର ଟେର୍ ପାଇନଥିଲେ । ପୀଡ଼ିତାଙ୍କ ବିଶ୍ୱାସ ଓ ଭରସା ବଢ଼ିଯାଇଥିବା ଦେଖି ଦୀପକ ଏଥର ଫାଶ ବସାଇଥିଲା । ସେପ୍ଟେମ୍ବର ୨୬ ତାରିଖ ଦିନ ଦୀପକ ପୀଡ଼ିତାଙ୍କୁ ଭୁବନେଶ୍ୱର ଆଇଜି ପାର୍କକୁ ନେଇଥିଲା । ଜଣେ ସରକାରୀ ବରିଷ୍ଠ ଅଧିକାରୀଙ୍କ ସହ ଭେଟ କରାଇବ ଓ ସେ ଚାକିରି କରାଇଦେବେ ବୋଲି କହିଥିଲା । କିନ୍ତୁ ରାତି ହୋଇଗଲା ପଛେ କୌଣସି ସରକାରୀ ଅଧିକାରୀଙ୍କ ଦେଖାମିଳିଲା ନାହିଁ । ଏହାପରେ ଦୀପକ ତାଙ୍କୁ ନିଜ ଘରକୁ ନେଇଗଲା ଏବଂ ପୀଡ଼ିତାଙ୍କ ଇଛା ବିରୋଧରେ ଦୁଷ୍କର୍ମ କଲା ।

କେବଳ ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ସୁଟ୍ କରି ରଖିଲା । ଏମିତି ବନ୍ଦୀ କରି ୨ଦିନ ରଖିବା ପରେ ଦୀପକ ତାଙ୍କୁ ଛାଡ଼ିଦେଲା ଏବଂ ନିଶ୍ଚୟ ଚାକିରି କରାଇଦେବ ବୋଲି ପୁଣି ପ୍ରତିଶ୍ରୁତି ଦେଲା । କିନ୍ତୁ ଘଟଣା ବାହାରେ ପ୍ରଘଟ କଲେ, ସେ ଭିଡିଓ ଭାଇରାଲ୍ କରାଇବ କହି ଧମକ ଦେଲା । ଏହାପରେ ସେ ଭିଡିଓ ଭାଇରାଲ କରିବା ଭୟ ଦେଖାଇ ପୀଡ଼ିତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଲା । ଫଳରେ ମହିଳା ଗର୍ଭବତୀ ହୋଇଗଲେ । କିନ୍ତୁ ଦୀପକ ଔଷଧ ଦ୍ୱାରା ଗର୍ଭ ନଷ୍ଟ କରାଇଲା । ଏତେ ଯନ୍ତ୍ରଣା ପାଇବା ଭିତରେ ମହିଳା ବାରମ୍ବାର ଚାକିରି କଥା ପଚାରିବାରୁ ଦୀପକ ତାଙ୍କୁ ଭିଡିଓ କଥା କହି ଚେତାବନୀ ଦେଲା । ଶେଷରେ ମହିଳା ଦୀପକର ଚାଲ୍ ବୁଝିପାରିଲେ ଏବଂ ବାଲିଅନ୍ତା ଥାନାର ଦ୍ୱାରସ୍ଥ ହେଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking