26.1 C
Bhubaneswar
Friday, July 5, 2024
Homeଅପରାଧଚଳନ୍ତା ଟ୍ରେନରେ ମହିଳାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ଚଳନ୍ତା ଟ୍ରେନରେ ମହିଳାଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ମୁମ୍ବାଇ: ଚଳନ୍ତା ଟ୍ରେନରେ ମହିଳାଙ୍କୁ ଦୁଷ୍କର୍ମ । ମହିଳାଙ୍କୁ ପ୍ରଥମେ ଚେତାଶୂନ୍ୟ କରିବା ଲାଗି ଅଭିଯୁକ୍ତ ଜଣକ କିଛି ବିଷାକ୍ତ ପଦାର୍ଥର ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଏଭଳି ଘୃଣ୍ୟ କାଣ୍ଡ ଘଟିଥିବା ବେଳେ ପୋଲିସ ପୀଡ଼ିତାଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରିଛି । ପୋଲିସ ରିଜର୍ଭେସନ ଚାର୍ଟକୁ ଯାଞ୍ଚ କରି ଘଟଣାର ତଥ୍ୟ ସଂଗ୍ରହ କରୁଥିବା ଜିଆରପି ପକ୍ଷରୁ କୁହାଯାଇଛି । ଏହି ଘଟଣା ସମ୍ପର୍କରେ ଥାନେ ଜିଆରପି ଶୁକ୍ରବାର ସୂଚନା ଦେଇଛି । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ତୁଳସୀ ଏକ୍ସପ୍ରେସ ଏହି କାଣ୍ଡ ଭିଆଇଛି ଅଭିଯୁକ୍ତ । ଟ୍ରେନଟି ଉତ୍ତରପ୍ରଦେଶ ଅଭିମୁଖେ ବାହାରିଥିଲା ।

କେହି ଜଣେ ଅଜଣା ବ୍ୟକ୍ତି ମହିଳାଙ୍କୁ ଚେତାଶୂନ୍ୟ କରିବା ଉଦ୍ଦେଶ୍ୟରେ କିଛି ବିଷାକ୍ତ ପଦାର୍ଥର ବ୍ୟବହାର କରିଥିଲା । ଟ୍ରେନଟି ମୁମ୍ବାଇ ନିକଟ ଲୋକମାଣ୍ୟ ତିଳକ ଟର୍ମିନାଲ ଛାଡ଼ିବାର ୪୦ମିନିଟ ପରେ ଏହି ଘଟଣା ଘଟିଥିବା ପୀଡ଼ିତା କହିଛନ୍ତି । ଏହାପରେ ଟ୍ରେନଟି ଥାନେ ରେଲୱେ ଷ୍ଟେସନରେ ପହଞ୍ଚିଥିଲା । ଏହି ଘଟଣା ଘଟିବାର ପ୍ରାୟ ୩୯ଦିନ ପରେ ପୀଡ଼ିତା ଜଣକ ମଧ୍ୟପ୍ରଦେଶ ଗ୍ୱାଲିଅର ଜିଆରପି ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଏହି ମାମଲାଟି ଥାନେ ଜିଆରପି ନିକଟରୁ ଅଭିଯୋଗର ୨୧ ଦିନ ପରେ ହସ୍ତାନ୍ତର କରାଯାଇଥିଲା । ପୋଲିସର କହିବାନୁସାରେ କୌଣସି ସିସିଟିଭି ଫୁଟେଜ ମିଳିନଥିବା ଯୋଗୁଁ ପୋଲିସ ରିଜର୍ଭେସନ ଚାର୍ଟ ଯାଞ୍ଚ କରୁଛି ।

ପୋଲିସ ମୋବାଇଲ ଫୋନ କଲ୍ ରେକର୍ଡ ଯାଞ୍ଚ କରିବା ସହ ଅନ୍ୟ ଟେକନିକାଲ ପ୍ରମାଣ ସଂଗ୍ରହ କରୁଛି । ପୂର୍ବରୁ ମଧ୍ୟ ଏଭଳି ଏକାଧିକ ଘଟଣା ସାମ୍ନାକୁ ଆସିଛି । ଗତବର୍ଷ ଅଗଷ୍ଟ ମାସରେ ଜଣେ ମହିଳା ତାଙ୍କ ଝିଏ ସହ ଯାତ୍ରା କରୁଥିବା ବେଳେ ଟ୍ରେନରେ ତାଙ୍କୁ ଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ । ମହିଳା ଜଣକ ପ୍ରତିବାଦ କରିବାରୁ ତାଙ୍କ ଝିଅକୁ ଚଳନ୍ତା ଟ୍ରେନରୁ ଫୋପାଡି ଦେବାକୁ ଧମକ ଦେଇଥିଲେ । ପଶ୍ଚିମବଙ୍ଗର ଆଲିପୁରଦୁଆରଠାରେ ଏହି ଘଟଣା ଘଟିଥିଲା । ମହିଳା ଜଣକ ନିଜ ଝିଅ ସହିତ ସିଫଙ୍ଗ ଏକ୍ସପ୍ରେସ୍‌ରେ ଆଲିପୁରଦୁଆର ଆସୁଥିଲେ । ଟ୍ରେନଟି ଆସାମର ଫକିରଗ୍ରାମରୁ ଆଲିପୁରଦୁଆର ଅଭିମୁଖେ ବାହାରିଥିଲା । ଟ୍ରେନ୍‌ଟି ଫକିରଗ୍ରାମରୁ ଛାଡ଼ିବା ପରେ ପ୍ରାୟ ଅଧିକାଂଶ ଯାତ୍ରୀ ଓହ୍ଲାଇ ଯାଇଥିଲେ ଯାହାଫଳରେ ବଗିଗୁଡିକ ପ୍ରାୟ ଫାଙ୍କା ହୋଇଯାଇଥିଲା ଏବଂ ଜଣେ ବି ସୁରକ୍ଷାକର୍ମୀ ସେଠାରେ ନଥିଲେ । ଏହାର ସୁଯୋଗ ନେଇ ୨ ଜଣ ଯୁବକ ମହିଳାଙ୍କ ସହ ଦୁଷ୍କର୍ମ କରିଥଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking