28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶହୋଟେଲରେ ନାବାଳିକା ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ହୋଟେଲରେ ନାବାଳିକା ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ନୂଆଦିଲ୍ଲୀ: ରାଜଧାନୀରେ ଲଜ୍ଜା । ହୋଟେଲକୁ ନେଇ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କଲେ ଯୌନ ରାକ୍ଷସ । ଏଭଳି ଏକ ଘଟଣା ନୂଆଦିଲ୍ଲୀରେ ଘଟିଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କିଛି ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ଡାକ୍ତରୀ ମାଇନା ପରେ ପୀଡିତାଙ୍କର ବୟାନ ରେକକ୍ଡ କରାଯାଇଛି । ସୂଚନା ଅନୁସାରେ, ଉତ୍ତରାଖଣ୍ଡ ହାଲଡୱାନିର ଦଶମ ଶ୍ରେଣୀର ଛାତ୍ରୀ କାହାକୁ ନ ଜଣାଇ ଦିଲ୍ଲୀ ଟ୍ରେନରେ ଚଢିଯାଇଥିଲା । ସେ ନିଜେ ଟ୍ରେନରେ କିଛି ବନ୍ଧୁ ସୃଷ୍ଟି କରିଥିଲେ ଏବଂ ସେମାନେ ସମସ୍ତେ ଦିଲ୍ଲୀର ଏକ ହୋଟେଲରେ ପହଞ୍ଚିଥିଲେ । ଏହାପରେ ନାବାଳିକାକୁ ୫ଜଣ ମିଶି ଗଣଦୁଷ୍କମ କରିଥିଲେ ।

ତେବେ ଏହି ଘଟଣା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉତ୍ତରାଖଣ୍ଡ ନାବାଳିକା କାହିଁକି ଦିଲ୍ଲୀ ଯାଇଥିଲା, ଟ୍ରେନରେ ହୋଇଥିବା ବନ୍ଧତା ପୁରୁଣା ନା ନୂଆ, ନାବାଳିକା କାହିଁକି ବଳାତ୍କାର ପରେ ଦିଲ୍ଲୀରେ ପୋଲିସ ନିକଟରେ ଅଭିଯୋଗ କରିନଥିଲା ପୀଡିତାଜଣକ ଅକ୍ଟୋବର ୪ ତାରିଖରେ ସ୍କୁଲ ଯାଇ ଆଉ ଫେରିନଥିଲେ । ଏହାପରେ ବାପା ଥାନରେ ଅଭିଯୋଗ କରିଥିଲେ । ତେବେ ଏହାପରେ ପୋଲିସ ନାବାଳିକାର ଫୋନ ଟ୍ରାକ କରିଥିବା ବେଳେ ଦିଲ୍ଲୀରେ ରହିଥିବା ଜଣାପଡିଥିଲା । ଏହାପରେ ପୋଲିସ ଦିଲ୍ଲୀ ଯାଇ ପୀଡିତାକୁ ଉଦ୍ଧାର କରିଥିଲା । ତେବେ ଉତ୍ତରାଖଣ୍ଡ ଫେରିବା ପରେ ପୋଲିସ କାଉନସଲିଂ କରିଥିବା ବେଳେ ସେ ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଥିଲା । ତେବେ ପୀଡିତାଙ୍କ ବୟାନ ଅନୁସାରେ, ପୋଲିସ ବିଏନଏସ ଧାରା ୭୦ ଅନୁସାରେ ମାମଲା ପଞ୍ଜିକୃତ କରିଥିଲା । ତେବେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ମୁହଁ ଖୋଲିନାହାନ୍ତି ଆରୋପୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking