32.1 C
Bhubaneswar
Wednesday, September 18, 2024
Homeଅପରାଧ୨୨ ବର୍ଷୀୟ ଯୁବତୀଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

୨୨ ବର୍ଷୀୟ ଯୁବତୀଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ଢେଙ୍କାନାଳ: ସଦର ଥାନା ଭାପୁର ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସଂପୃକ୍ତ ଅଂଚଳର କେତେକ ଯୁବକ ଦୀର୍ଘ ମାସ ଧରି ଗଣଦୁଷ୍କର୍ମ କରିଆସୁଥିଲେ । ଏ ସଂପର୍କରେ ସଂପୃକ୍ତ ପୀଡ଼ିତା ଗ୍ରାମରେ ଜଣାଇଥିଲେ ମଧ୍ୟ ପାଗେଳି କହି କଥାକୁ କେହି ଗୁରୁତ୍ୱ ନଦେଇ ଚାପି ଦେଉଥିଲେ । ଏହାର ସୁଯୋଗନେଇ ସଂଘବଦ୍ଧଭାବେ କେତେକ ଯୁବକ ଫାଇଦା ଉଠାଇଚାଲିଥିଲେ । ସଖୀକର୍ମୀମାନେ ପୀଡ଼ିତାଙ୍କୁ ଉଦ୍ଧାର କରି ତାଙ୍କ ଠାରୁ ଘଟଣା ସଂପର୍କରେ ବୁଝିବା ପରେ ଗତକାଲି ସେମାନଙ୍କ ସହଯୋଗରେ ପୀଡ଼ିତା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇ ପୁଲିସ ସଂପୃକ୍ତ ଅଂଚଳରେ ପହଂଚି ୪ ଜଣଙ୍କୁ ଉଠାଇ ଆଣିବା ସହ ଘଟଣାର ତଦନ୍ତ କରିଥିଲା ଓ ପରେ ଗିରଫ କରିଥିଲା । ଭାପୁର ଅଂଚଳ ନିର୍ଦ୍ଧିଷ୍ଟ ଏକ ଗ୍ରାମରେ ସଂପୃକ୍ତ ଯୁବତୀ ନିଜ ବାପାଙ୍କ ସହ ରୁହନ୍ତି । ତାଙ୍କ ମା’ଙ୍କ ମୃତ୍ୟୁ ହେବାପରେ ବିଭିନ୍ନ ଚାପରୁ ବାପା ମାନସିକ ବିକାରଗ୍ରସ୍ତ ହୋଇଥିବା ଶୁଣାଯାଉଛି । ସେମାନଙ୍କର ରହିବା ଲାଗି କୌଣସି ଘରବାଡି ନଥିବାରୁ ଗ୍ରାମର ଅଙ୍ଗନବାଡିକେନ୍ଦ୍ରର ଏକ କୋଠରୀରେ ଉଭୟ ବାପ ଝିଅ ରହୁଥିଲେ । ସେହି କୋଠରୀକୁ ଭିତର ପଟୁ ବନ୍ଦ କରିବା ସୁବିଧା ନଥିବାରୁ ଖୋଲାମେଲାରେ ସେମାନେ ରହୁଥିଲେ । ବାପା ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ରାତିରେ ମଦପିଇ ନିଶାସକ୍ତ ହୋଇ ଶୋଇପଡୁଥିଲେ । ସଂପୃକ୍ତ କୋଠରୀର କବାଟ ଭିତରୁ ବନ୍ଦ କରିହେଉନଥିବାରୁ ଏହାର ସୁଯୋଗ ନେଇ ଗାଁର ୭/୮ ଜଣ ଯୁବକ ତାଙ୍କ ଘରେ ପଶିବା ସହ ଯୁବତୀଙ୍କୁ ଛାତ ଉପରକୁ ନେଇ ଦୁଷ୍କର୍ମ କରୁଥିଲେ ।

ପାଳିକରି ସେମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଣ ଦୁଷ୍କର୍ମ କରିବା ପରେ ଭୋର ବେଳକୁ ସେଠାରୁ ଚାଲିଯାଉଥିଲେ । ପ୍ରତିଦିନ ଯୁବତୀ ଏଭଳି ଦୁଷ୍ମର୍ମର ଶିକାର ହେଉଥିଲେ । ଏପରିକି ଗର୍ଭବତୀ ହେବା ପରେ ମଧ୍ୟ ଦୁଷ୍କର୍ମକାରୀମାନେ ଏଭଳି ଘୃଣ୍ୟ କାମରୁ ବିରତ ହେଉନଥିଲେ । ଯୁବତୀ ଜଣକ ପ୍ରଥମେ ପ୍ରଥମେ ଦୁଷ୍କର୍ମର ଶିକାର ହେବା ପରେ ଘଟଣା ସଂପର୍କରେ ଅଭିଯୁକ୍ତମାନଙ୍କ ପରିବାର ଠାରେ ଅଭିଯୋଗ କରିଥିଲେ । ସେମାନେ ଏହା ଉପରେ ଗୁରୁତ୍ୱ ନଦେଇ ନିଜ ପିଲାଙ୍କ ସଫେଇ କଥା ଉପରେ ବିଶ୍ୱାସ କରି ତାଙ୍କୁ ପାଗେଳି କହି ତାଙ୍କ କଥାକୁ ସମସ୍ତେ ଏଡେଇ ଦେଉଥିଲେ । ଫଳରେ ଯୁବତୀଜଣକ ନିରାଶ ହୋଇ ମୁହଁ ଖୋଲିବା ପରିବର୍ତେ ଚୁପ ହୋଇ ସବୁ ନିର୍ଯ୍ୟାତନା ସହିଯାଉଥିଲେ । ତେବେ କୌଣସି ସୂତ୍ରରୁ ଖବର ପାଇ ଢେଙ୍କାନାଳ ସଖୀ କେନ୍ଦ୍ର ପକ୍ଷରୁ ପୀଡ଼ିତା ଯୁବତୀଙ୍କୁ ଗତ ଦୁଇଦିନତଳେ ଉଦ୍ଧାର କରି ଅଣାଯାଇଥିଲା । ତାଙ୍କୁ କାଉନସେଲିଂ କରିବା ପରେ ସଂପୃକ୍ତ ଯୁବତୀ ପାଗେଳି ନୁହଁନ୍ତି, ପରିସ୍ଥିତି ଏବଂ ଅସାମାଜିକମାନେ ତାଙ୍କୁ ପାଗେଳି ସଜେଇଦେଇଥିବା ଜଣେ କର୍ମୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking