28.3 C
Bhubaneswar
Monday, May 19, 2025
Homeଦେଶ ବିଦେଶ୪ ବର୍ଷ ଝିଅ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

୪ ବର୍ଷ ଝିଅ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ପାଟନା: ବିହାର ଦାନାପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଅଢ଼େଇ ବର୍ଷର ଝିଅକୁ ବଳାକ୍ରାର କରାଯାଇଛି । ଖାଲି ବଳାକ୍ରାର ନୁହେଁ, କୁନି ଝିଅର ଅବସ୍ଥା ଏବେ ଗୁରୁତର ଅଛି । ଡାକ୍ତରଖାନାରେ ତା’ ଚିକିତ୍ସା ଚାଲିଥିବାବେଳେ ପୀଡ଼ିତା ମୃତ୍ୟୁ ସହ ସଂଗ୍ରାମ କରୁଛି । ସୂଚନା ମୁତାବକ, କୁନି ଝିଅଟିକୁ ବଳାକ୍ରାର କରିଛି ୪ ପିଲାର ବାପା । ଯାହାର ବୟସ ୪୦ ବର୍ଷ । ଅଭିଯୁକ୍ତ କୁନି ଝିଅର ଗଳା, ପେଟ ଏବଂ ପ୍ରାଇଭେଟ ପାର୍ଟକୁ ଦାନ୍ତରେ କାମୁଡ଼ି ପକାଇଥିବା ଯାଉଛି । ଗୁରୁତର ଅବସ୍ଥାରେ କୁନି ଝିଅକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସା ଜାରି ରହିଛି । ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ ଦେବା ପରେ ଘଟଣାର ତଦନ୍ତ ଜାରି ରହିଛି । କୁନି ଝିଅଟି କିଛି କହିବାକୁ ସକ୍ଷମ ନାହିଁ । ଅବସ୍ଥା ସଙ୍କଟାପନ୍ନ ରହିଛି । ସ୍ୱତନ୍ତ୍ର ଟିମ୍ ଘଟଣାର ଯାଞ୍ଚ କରୁଛନ୍ତି । ଅଭିଯୁକ୍ତ ବିରୋଧରେ କୌଣସି ସୂଚନା ହସ୍ତଗତ ହୋଇ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking