ରାଉରକେଲା: ପୁଣି ସାମ୍ନାକୁ ଆସିଛି ଲଜ୍ଜାଜନକ ଘଟଣା । ନାବାଳିକାକୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାଉରକେଲାରୁ ସାମ୍ନାକୁ ଆସିଛି ଏହି ଲଜ୍ଜାଜନକ ଘଟଣା । ୩ ଦିନ ଧରି ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ବେଳେ ସେଠାରୁ ଖସିଆସି ଉଦିତ ନଗର ଥାନାରେ ଅଭିଯୋଗ କରିଛନ୍ତି ମହିଳା । ପୋଲିସ ଅଭିଯୋଗ ଆଧାରରେ ୩ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଗତ ୧୭ ତାରିଖରେ ନାବାଳିକା ଘରୁ ଚାଲିଆସି ବିଶ୍ରା ଛକ ନିକଟରେ ବୁଲାବୁଲି କରିଥିଲେ । ଏହି ସମୟରେ ୩ ଜଣ ଯୁବକ ଆସି ନାବାଳିକାକୁ ରାସ୍ତାରୁ ଉଠାଇ ନେଇଥିଲେ । ଏହାପରେ ନାବାଳିକାକୁ ନେଇ ବିଶ୍ରା ଅଞ୍ଚଳର ଏକ ଘରେ ୩ ଦିନ ଧରି ବନ୍ଦି କରିବା ସହିତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହାପରେ ନାବାଳିକାଜଣକ ୧୯ ତାରିଖ ଦିନ କୌଣସି ପ୍ରକାରେ ସେମାନଙ୍କ କବଳରୁ ଖସି ଆସିଥିଲା । ଏନେଇ ଉଦିତନଗର ଥାନାରେ ଅଭିଯୋଗ କରିଥିଲା । ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ତେବେ ଏହି ଘଟଣାରେ ନାବାଳିକାର ପୁରୁଷ ବନ୍ଧୁ ସମ୍ପୃକ୍ତି ଥିବା ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ କରାଯାଇ ନାହିଁ ।