17.1 C
Bhubaneswar
Wednesday, February 11, 2026
Homeଅପରାଧ୫ ବର୍ଷୀୟ ନାବାଳିକାକ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

୫ ବର୍ଷୀୟ ନାବାଳିକାକ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ଭୋପାଳ : ପୁଣି ଏକ ଛାତି ଥରାଇଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷୀୟ ନାବାଳିକାକୁ ଅତି ନିର୍ମମ ଭାବେ ଦୁଷ୍କର୍ମ କରାଯାଇଛି। ପରେ ତା ମୁଣ୍ଡକୁ କାନ୍ଥରେ ପିଟି ଫଟେଇ ଦେଇଛି ଅଭିଯୁକ୍ତ। କେବଳ ସେତିକି ନୁହେଁ ଏବେ ଜୀବନ ମରଣ ସହ ହସ୍ପିଟାଲରେ ଲଢେଇ କରୁଛି କୁନି ଝିଅଟି। ରକ୍ତ ଜିଡୁବୁଡୁ ଅବସ୍ଥାରେ ପରିବାର ଲୋକେ ଝଅକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ପରେ ତାର ଅପରେସନ ହୋଇଛି। ଏବଂ ସବୁଠାରୁ ଭୟାନକ ଘଟଣା ହେଉଛି ଝିଅଟିର ଗୁପ୍ତାଙ୍ଗରେ ୨୮ଟି ଷ୍ଟିଚ୍ ପଡିଛି। ଯାହାକୁ ଶୁଣିଲେ ମନରେ ଏକ ଭୟ ପଳାଇ ଆସୁଛି। ତେବେ ଘଟଣାଟି ହେଉଛି ମଧ୍ୟପ୍ରଦେଶର। କିଛି ଦିନ ତଳେ ଠିକ୍ ଏହିପରି ଏକ ଘଟଣା ସାମ୍ନାକୁ ଆସିଥିଲା।

ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରାଯାଇଥିଲା। ଆଉ ସେଥିରେ ଦୁଷ୍କର୍ମକାରୀ ସଫଳ ନହେବାରୁ ଝିଅକୁ ପିଟିପିଟି ମାରିଦେଇଥିଲା। କେବଳ ଏଇ ଗୋଟେ ଘଟଣା ନୁହେଁ ପ୍ରତିଦିନ ଏହିପରି ଅନେକ ଘଟଣା ସାମ୍ନାକୁ ଆସୁଛି। ହେଲେ ଦୁଷ୍କର୍ମ କମିବା ବଦଳରେ ଦିନକୁ ଦିନ ବଢିଚାଲିଛି। ଠିକ୍ ସେହିପରି ମଧ୍ୟପ୍ରଦେଶରୁ ଏକ ଦୁଷ୍କର୍ମ ଖବର ଆସିଛି। ଯାହାକି ଜଣେ ୫ ବର୍ଷର ନାବାଳିକାକୁ କରାଯାଇଛି। ହେଲେ ଦୁଷ୍କର୍ମକାରୀ ମଧ୍ୟ ଜଣେ ୧୭ ବର୍ଷର ନାବାଳକ। ମଧ୍ୟପ୍ରଦେଶ ଗ୍ୱାଲିୟରରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ନାବାଳକଟି ନିଶାସକ୍ତ ଅବସ୍ଥାରେ ଏଭଳି ଭୟାନକ କାଣ୍ଡ ଭିଆଇଛି। ଗତ ୨୩ ତାରିଖରେ ଶିଶୁକନ୍ୟା ହଠାତ୍ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି କରିବାରୁ ଦୁଇ ଘଣ୍ଟା ପରେ ପାଖ ପଡୋଶୀ ଘର ଛାତ ଉପରୁ ଅଚେତ ଅବସ୍ଥାରେ ମିଳିଥିଲା। ପିଲାଟିର ଶରୀର ରକ୍ତ ଜୁଡୁବୁଡୁ ଥିଲା।

ଦେହସାରା କ୍ଷତ ଚିହ୍ନ ରହିଥିଲା। ଏହା ଦେଖି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ସଙ୍ଗେ ସଙ୍ଗେ ଶିଶୁକନ୍ୟାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସୂଚନାନୂସାରେ, ଅଭିଯୁକ୍ତ ଜଣଙ୍କ ନିଶାସକ୍ତ ଅବସ୍ଥାରେ ଝିଅଟିକୁ ପ୍ରଥମେ ଦୁଷ୍କର୍ମ କରିଥିଲା। ଆଉ ପରେ ତା ମୁଣ୍ଡକୁ କାନ୍ଥରେ ପିଟିପିଟି ଫଟାଇଦେଇଥିଲା। ଏଥିରେ ପୀଡିତା ଶିଶୁର ମସ୍ତିଷ୍କରେ ଗଭୀର ଆଘାତ ଲାଗିଛି। ତା’ ଦେହସାରା କାମୁଡା ଚିହ୍ନ ଓ କ୍ଷତ ରହିଛି। ଏବେ ପିଲାଟି ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଘର୍ଷ କରୁଛି। ଝିଅଟିକୁ ହସ୍ପିଟାଲରେ ଭର୍ତ୍ତି କରିବା ସମୟରେ ତାର ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇଯାଇଥିଲା। ଏବଂ ଦେହରୁ ରକ୍ତ ସ୍ରାବ ବନ୍ଦ ହେଉନଥିଲା। ପାଖାପିଖି ୨ ଘଣ୍ଟା ଧରି ହସ୍ପିଟାଲରେ ଝିଅର ଅପରେସନ ଚାଲିଥିଲା। ଯଦିଓ ଅପରେସନ ସକ୍ସେସ ହେଇଛି ତଥାପି ଝିଅଟିର ସ୍ୱାସ୍ଥ୍ୟବସ୍ଥା ଠିକ୍ ନାହିଁ। ଡାକ୍ତରଙ୍କ କହିବା କଥା ନାବାଳିକାର ଗୁପ୍ତାଙ୍ଗରେ ୨୮ଟି ଷ୍ଟିଚ୍ ପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking