28.1 C
Bhubaneswar
Tuesday, July 15, 2025
Homeଓଡିଶାକ୍ଷୀର ସହିତ କେବେବି ଏହି ଜିନିଷ  ଖାଇବା ଉଚିତ  ନୁହେଁ

କ୍ଷୀର ସହିତ କେବେବି ଏହି ଜିନିଷ  ଖାଇବା ଉଚିତ  ନୁହେଁ

ଭୁବନେଶ୍ୱର: କ୍ଷୀର ସହିତ କେବେବି ଏହି ଜିନିଷ  ଖାଇବା ଉଚିତ  ନୁହେଁ । କ୍ଷୀର ଆମ ସ୍ୱାସ୍ଥ୍ୟ ଫଆଇଁ ବହୁତ ଲାଭ ଦାୟକ । ଏଥିରେ କ୍ୟାଲସିୟମ, ପ୍ରୋଟିନ ଏବଂ ଆବଶ୍ୟକୀୟ ଭିଟାମିନ ରହିଛି । ବିଶେଷଜ୍ଞଙ୍କ ମତରେ କ୍ଷୀର ସହିତ ସବୁକିଛି ଖାଇବା ଉଚିତ  ନୁହେଁ, ନଚେତ ଏହା ଲାଭ ବଦଳରେ କ୍ଷତି ହୋଇପାରେ । କ୍ଷୀର ସହିତ କେବେବି  ଖଟା ଫଳ ଖାଇବା ଉଚିତ ନୁହେଁ । ଖଟା ଫଳଗୁଡିକରେ ଏସିଡ ମିଳିଥାଏ ।  ଯାହା କ୍ଷୀର ସହିତ ଖାଇବା ଦ୍ୱାରା  ଶରୀରକୁ  କ୍ଷତି ପହଞ୍ଚାଇପାରେ । କ୍ଷୀର ଏବଂ ଲେମ୍ବୁ ଫଳ ଏକାଠି ଖାଇବା ଦ୍ୱାରା ଆଲର୍ଜି  କିମ୍ବା ପେଟ ସମସ୍ୟା ହୋଇପାରେ ।  ଏହା ବ୍ୟତୀତ କ୍ଷୀର ସହିତ  କେବେବି ମାଛ ଖାଇବା ଉଚିତ ନୁହେଁ  । ମାଛ ଏବଂ କ୍ଷୀରକୁ ଏକାଠି  ମିଶାଇ ଖାଇବା ଦ୍ୱାରା ଶରୀରରେ କୌଣସି ପ୍ରକାର ବିଷ ସୃଷ୍ଟି ହୋଇପାରେ । ମାଛ ଏବଂ କ୍ଷୀର ଏକାଠି ଖାଇବା ଦ୍ୱାରା ଚର୍ମରେ ଆଲର୍ଜି  ଏବଂ ପାଚନ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । କ୍ଷୀର ସହିତ ଲୁଣ ଖାଇବାରୁ ମଧ୍ୟ ଦୂରେଇ ରହିବା ଉଚିତ । ସୋଡିୟମ ଏବଂ ଲାକ୍ଟୋଜ ଏକାଠି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ।  ଅନେକ ଲୋକ କ୍ଷୀର ଏବଂ ଦହି  ଏକାଠି ସେବନ କରନ୍ତି, କିନ୍ତୁ ଦହି  କେବେ ବି କ୍ଷୀର ସହିତ ଖାଇବା ଉଚିତ ନୁହେଁ । କ୍ଷୀର ଏବଂ ଦହି ଏକାଠି ଖାଇବା ଦ୍ୱାରା  ଗ୍ୟାସ , ଏସିଡିଟି ଏବଂ ବଦହଜମୀ ସମସ୍ୟା ହୋଇପାରେ ।  ଛତୁ ଏବଂ କ୍ଷୀର ମଧ୍ୟ ଏକାଠି  ଖାଇବା ଉଚିତ ।  ଉଭୟରେ ପ୍ରୋଟିନ ଥାଏ । ଯାହାକୁ ଏକାଠି ଖାଇଲେ ହଜମ କରିବାରେ କଷ୍ଟ ହୁଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking