23.1 C
Bhubaneswar
Saturday, February 7, 2026
Homeଓଡିଶାକ୍ଷୁଦ୍ର ମଧ୍ୟମ ସାମ୍ବାଦପତ୍ରରୁ ଜାଣି ହୁଏ ସବୁ ସ୍ଥାନର ଖବର: ପ୍ରଫୁଲ୍ଲ ଘଡାଇ

କ୍ଷୁଦ୍ର ମଧ୍ୟମ ସାମ୍ବାଦପତ୍ରରୁ ଜାଣି ହୁଏ ସବୁ ସ୍ଥାନର ଖବର: ପ୍ରଫୁଲ୍ଲ ଘଡାଇ

ଭୁବନେଶ୍ୱର : ୧୦ ମାର୍ଚ୍ଚ ୨୦୨୫ରାଜ୍ୟର ଅଗ୍ରଣୀ ଓଡ଼ିଆ ସାପ୍ତାହିକୀ ” ଦେଶ ବିଦେଶ “ର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ବର୍ଷୀୟାନ ଜନନେତା ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ। ଦେଶ ବିଦେଶ ର ଏକାଦଶ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଭାବେ ଯୋଗ ଦେଇ ଶ୍ରୀ ଘଡ଼ାଇ କହିଲେ ବଡ଼ ସାମ୍ବାଦ ପତ୍ର ଗୁଡିକ ସ୍ଥାନୀୟ ସଂସ୍କରଣ ଉପରେ ଗୁରୁତ୍ୱ ରଖୁଥିବାରୁ ସାରା ରାଜ୍ୟର ଖବର ମିଳେ ନାହିଁ ମାତ୍ର କ୍ଷୁଦ୍ର ମଧ୍ୟମ ଖବର କାଗଜରୁ ସବୁ ଖବର ସବୁଠାରେ ମିଳେ ଏଣୁ ଏହି ସବୁ କାଗଜକୁ ଏବେ ବି ଗୁରୁତ୍ୱ ଦିଆ ଯାଉଛି। ଦେଶ ବିଦେଶ କାଗଜର ଉଦ୍ୟୋକ୍ତା କିଶୋର ମଙ୍ଗରାଜଙ୍କୁ ସେ ଜଣେ ସ୍ନେହୀ ଲୋକ ବୋଲି କହିଥିଲେ।

ଏଣୁ ତାଙ୍କ କାଗଜର ଜନ୍ମ ଦିନକୁ ସେ ଆସିଛନ୍ତି। ସଂସ୍କୃତି ପୁରୁଷ ଡ଼ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଙ୍କ ପୌରହିତ୍ୟ ରେ ଗୀତ ଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ଏହି ଉତ୍ସବରେ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାମ୍ବାଦିକ ଉତ୍କଳ ସମ୍ମିଳନୀର ପୁରୋଧା ଭାଷାକାର ପ୍ରଦ୍ୟୁମ୍ନ ଶତପଥୀ ସାମ୍ବାଦ ପତ୍ର ଗୁଡିକର ଅସନ୍ତୁଳିତ ସମସ୍ୟା ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓ ୟୁ ଡବ୍ଲୁ ଜେ ରାଜ୍ୟ ସଭାପତି ଭାଗବତ ପ୍ରସାଦ ତ୍ରିପାଠୀ, ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୁତି ଭୂଷଣ କର, ବିଜେଡି ନେତା ପୂର୍ବତନ ବିଧାୟକ ରଘୁନାଥ ସାହୁ, ସାମ୍ବାଦ ପତ୍ର ଗୁଡିକ ନିରପେକ୍ଷ ଖବର ପ୍ରକାଶ ପାଇଁ ଗୁରୁତ୍ୱ ଦେବାକୁ ପରାମର୍ଶ ରଖିଥିଲେ। କାର୍ଯ୍ୟକ୍ରମଶେଷ ଭାଗରେ ସମାଜ ର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିଭାଉଥିବା ଡ଼ ମନୋଜ ଲେଙ୍କା, ସୃଷ୍ଟି ଏକାଡେମି ର ଅଧ୍ୟକ୍ଷ ବିଜୟ କୁମାର ମହାନ୍ତି ଓ ଅକ୍ଷୟ ଚାନ୍ଦ ଙ୍କୁ ମୁଖ୍ୟ ଅତିଥି,ଉପଢୌକନ, ସନମାନ ଫଳକ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲେ । ଶେଷରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥି ମାନଙ୍କୁ କୃତଜ୍ଞତା ଜଣାଇ ଦେଶ ବିଦେଶର ସମ୍ପାଦକ ଦିବ୍ୟାଂଶ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ କାଗଜର ପ୍ରକାଶକ ଅଞ୍ଜଳି ମଙ୍ଗରାଜ କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଵିଜ୍ଞାପନ ଦାତା ପାଠକଙ୍କୁ ଶୁଭେଛା ଜଣାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking