18.1 C
Bhubaneswar
Monday, December 22, 2025
Homeଓଡିଶାଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ଆୟୋଜନରେ ସାମିଲ ହେଲା ଭାରତୀୟ ଯୋଗ ସଂଘ

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ଆୟୋଜନରେ ସାମିଲ ହେଲା ଭାରତୀୟ ଯୋଗ ସଂଘ

– ସମାରୋହ ଆୟୋଜନକୁ ବଢ଼ାଇବା ଏବଂ ବିଶ୍ବସ୍ତରରେ ଯୋଗର ଲାଭକୁ ପ୍ରୋତ୍ସାହିତ କରିବା ଲାଗି ସହଭାଗିତା

ଭୁବନେଶ୍ୱର : ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫କୁ ମାତ୍ର ୭୯ ଦିନ ବାକି ଥିବାବେଳେ, ଭାରତୀୟ ଯୋଗ ସଂଘ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ସ୍ୱେଚ୍ଛାକୃତ ଭାବରେ ଆଗେଇ ଆସିଛି। ସାଧାରଣ ସମ୍ପାଦକ ସୁବୋଧ ତିୱାରୀଙ୍କ ନେତୃତ୍ୱରେ ସଂଘର ପ୍ରତିନିଧିମାନେ ଆୟୁଷ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ସେମାନଙ୍କ କାର୍ଯ୍ୟକଳାପର ଯୋଜନା ବିଷୟରେ ଆଲୋଚନା କରିଛନ୍ତି । ସଂଘର ୨୭ଟି ରାଜ୍ୟ ଶାଖାର ପ୍ରତିନିଧିମାନେ ଏହି ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ଏବଂ ବୃହତ୍ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ପାଇଁ ସେମାନଙ୍କ ସମର୍ପଣ ଏବଂ ଉତ୍ସାହ ପ୍ରଦର୍ଶନ କରିଥିଲେ। ଯୋଗ ଦିବସ ୨୦୨୫ ପାଇଁ ସକ୍ରିୟ ଆଭିମୁଖ୍ୟ ଏବଂ ଅଗ୍ରୀମ ଯୋଜନା ନିମନ୍ତେ ଆୟୁଷ ମନ୍ତ୍ରଣାଳୟ ସଂଘକୁ ଧନ୍ୟବାଦ ଜଣାଇଛି। ଏହି ସହଯୋଗ ଆୟୋଜନକୁ ବ୍ୟାପକ କରିବ ଏବଂ ବିଶ୍ୱ ସ୍ତରରେ ଯୋଗର ଲାଭକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ଯୋଗ ଦିବସ ୨୦୨୫ ବିଷୟବସ୍ତୁ ହେଉଛି ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’। ଯୋଗକୁ ନିଜର ଦିନଚର୍ଯ୍ୟାରେ ସାମିଲ କରିବା ଏବଂ ସାମଗ୍ରିକ କଲ୍ୟାଣ ପାଇଁ ଦେଶର ପାରମ୍ପରିକ ଜ୍ଞାନ ଉପରେ ଗର୍ବ କରିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ସଂଘ ନିଜର ଅନେକ ଅନୁଷ୍ଠାନ ମାଧ୍ୟମରେ ଏହି ବିଷୟବସ୍ତୁର ପ୍ରସାର ପାଇଁ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଛି । ସଂଘର ସଦସ୍ୟମାନେ କହିଥିଲେ ଯେ ସେମାନଙ୍କ ମଧ୍ୟରୁ ଅନେକ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ର ଦଶମ ବାର୍ଷିକୀ ପାଳନ ପାଇଁ ଚିହ୍ନଟ କରାଯାଇଥିବା ୧୦ଟି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିସାରିଛନ୍ତି। ଚଳିତ ବର୍ଷ ଯୋଗ ସଂଗମ, ଯୋଗ ବନ୍ଧନ, ଯୋଗ ପାର୍କ, ଯୋଗ ସମାବେଶ, ଯୋଗ ପ୍ରଭାବ, ଯୋଗ କନେକ୍ଟ, ହରିତ୍ ଯୋଗ, ଯୋଗ ଅନପ୍ଲଗଡ୍, ଯୋଗ ମହାକୁମ୍ଭ, ସମ୍ୟୋଗ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସୂଚନାଯୋଗ୍ୟ ଗତ ଏକ ଦଶନ୍ଧି ମଧ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ଏକ ବିଶ୍ୱସ୍ତରୀୟ କଲ୍ୟାଣ ଆନ୍ଦୋଳନ ପରିଣତ ହୋଇଛି ଏବଂ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ଏକାଠି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking