25.1 C
Bhubaneswar
Thursday, February 12, 2026
Homeଓଡିଶାଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଲାଗୁନି ଗରମରେ ବ୍ରେକ । ଆଜି ବି କଲବଲ କରିବ ଗରମ ଓ ଗୁଳୁଗୁଳି । ଉପକୂଳ ଜିଲ୍ଲାକୁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼ ଓ ଯାଜପୁର ଜିଲ୍ଲାକୁ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଜିଠୁ ୨୩ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ଘଡ଼ଘଡ଼ି ପାଇଁ ଚେତାବନୀ ଜାରି କରାଯାଇଛି। ସେହିପରି ରାଜଧାନୀ ଦିଲ୍ଲୀରେ ଭୀଷଣ ଗରମ ଜାରି ରହିଛି । କମିବା ବଦଳରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଅସହ୍ୟ ତାତି ଓ ତତଲା ପବନରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ତେବେ ଏହାରି ଭିତରେ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ତେବେ ଗତ ୯ଦିନ ମଧ୍ୟରେ ୧୯୦ବାସହୀନଙ୍କ ଜୀବନ ଯାଇଥିବା ସେଣ୍ଟର ଫର ହୋଲିଷ୍ଟିକ୍ ଡେଭଲପମେଣ୍ଟ NGOରିପୋର୍ଟ ପ୍ରକାଶ କରିଛି।ଯାହାକି ଏବେ ଚିନ୍ତାର ବିଷୟ ପାଲଟିଛି।ଅସହ୍ୟ ଗରମ ଓ ଲୁ’ ପାଇଁ ପାଣିପାଗ ବିଭାଗ ରାଜଧାନୀ ଦିଲ୍ଲୀରେ ରେଡ୍‌ ଆଲର୍ଟ ଜାରି କରିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking