27.1 C
Bhubaneswar
Monday, March 23, 2026
Homeଓଡିଶାପ୍ରବଳ ବର୍ଷା ନେଇ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ପ୍ରବଳ ବର୍ଷା ନେଇ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ସାରା ରାଜ୍ୟ ମେଘୁଆ ପାଗ ଦେଖିବାକୁ ମିଳୁଛି । ମେଘୁଆ ପାଗ ସହିତ ରାଜ୍ୟରେ ତୁହାକୁ ତୁହା ବର୍ଷା ଦେଖିବାକୁ ମିଳୁଛି । ପ୍ରବଳ ବର୍ଷା ନେଇ ଆଜି ପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି । ତେବେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସୁବର୍ଣ୍ଣପୁର, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଢେଙ୍କାନାଳ ଏବଂ କଟକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଆସନ୍ତାକାଲିକୁ ବର୍ଷାର ପରିମାଣ ସାମାନ୍ୟ କମିବ। ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଅନ୍ୟପଟେ ସୁବର୍ଣ୍ଣପୁରରେ ପ୍ରବଳ ବର୍ଷା ଯୋଗୁ ଭୁଶୁଡ଼ିଲା ଘରର କାନ୍ଥ। ଏଥିରେ ଗୋଟିଏ ପରିବାରର ୫ଜଣ ଗୁରୁତର ହୋଇଛନ୍ତି । ଲଗାଣ ବର୍ଷା ହେବା ଫଳରେ ରାଜଧାନୀ ଦିଲ୍ଲୀ ମଧ୍ୟ ଜଳମଗ୍ନ ହୋଇଯାଇଛି । ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ଘେରରେ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking