26.1 C
Bhubaneswar
Saturday, December 14, 2024
Homeଓଡିଶାକୁହୁଡି ପାଇଁ ଏହି ଜିଲ୍ଲାଗୁଡିକୁ ୟେଲ୍ଲୋ ଓ୍ବାର୍ଣ୍ଣିଙ୍ଗ ଜାରି

କୁହୁଡି ପାଇଁ ଏହି ଜିଲ୍ଲାଗୁଡିକୁ ୟେଲ୍ଲୋ ଓ୍ବାର୍ଣ୍ଣିଙ୍ଗ ଜାରି

ଭୁବନେଶ୍ୱର : ରାଜ୍ୟକୁ  ଫେରିଛି ଶୀତ । ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ  ଦିନର ତାପମାତ୍ରା  ଦୁଇ ଡିଗ୍ରୀ ପଯ୍ୟନ୍ତ  କମିବ ବୋଲି  ପୂର୍ୱାନିମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେଣୁ ରାଜ୍ୟରେ ସ୍ୱାଭାବିକ ରହିବ ଶୀତର ପ୍ରକୋପ। ଆସନ୍ତା ୨୪ ଘଣ୍ଟାରେ ପାଗ ଶୁଖିଲା ରହିବା ସହ ଝାରସୁଗୁଡା, ଗଞାମ, କୋରାପୁଟ, କଳାହାଣ୍ଡି, କନ୍ଧମାଳ , ସୁନ୍ଦରଗଡ ଓ ସମ୍ବଲପୁର ରେ ହାଲୁକରୁ ମାଧ୍ୟମ ଧରଣର କୁହୁଡି ଅନୁଭୂତ ହେବ। କେବଳ ସୁନ୍ଦରଗଡରେ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରାଯାଛି । ସେପଟେ ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ରାଉରକେଲା ରେ ୧୦.୨ ଡ଼ିଗ୍ରୀ ରେକର୍ଡ ହୋଇଛି । ବିଭିନ୍ନ ସ୍ଥାନରେ ଯେପରିକି ରାଉରକେଲା ଭବାନୀପାଟଣା, କୋରାପୁଟ, ଫୁଲବାଣୀ, ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ପାହାଡିଆ ଅଂଚଳର ଜି ଉଦୟଗିରିରେ  ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରୀ ରେକର୍ଡ ହୋଇଛି।  ସେହିପରି ଭୁବନେଶ୍ୱରରେ ୧୫.୦ ଓ କଟକରେ ୧୩.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking