27.1 C
Bhubaneswar
Thursday, June 27, 2024
Homeଦେଶ ବିଦେଶରାମ ମନ୍ଦିରରୁ ଯବାନଙ୍କ ମୃତଦେହ ଉଦ୍ଧାର

ରାମ ମନ୍ଦିରରୁ ଯବାନଙ୍କ ମୃତଦେହ ଉଦ୍ଧାର

ଅଯୋଧ୍ୟା : ଅଯୋଧ୍ୟା ରାମ ମନ୍ଦିରରେ ଅଘଟଣ । ଗୁଳି ଫୁଟି ଜଣେ ଯବାନଙ୍କର ମୃତ୍ୟୁ। ଯାହା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି । ସୂଚନା ଅନୁସାରେ, ଦୀର୍ଘ ୫୦୦ ବର୍ଷ ପରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ରାମ ମନ୍ଦିର ସୁରକ୍ଷା ପାଇଁ ଯବାନମାନେ ମଧ୍ୟ ନିୟୋଜିତ ରହିଛନ୍ତି । କିନ୍ତୁ ଆଜି ଏକ ବଡ଼ ଅଘଟଣ ଘଟିଯାଇଛି । ମନ୍ଦିର ସୁରକ୍ଷାରେ ଥିବା ଜଣେ ଯବାନଙ୍କ ଶରୀରରେ ଗୁଳି ବାଜି ତାଙ୍କର ମୃତ୍ୟୁ ହୋଇଛି । ମୃତ ଯବାନଙ୍କ ପରିଚୟ ମିଳିଛି । ସେ ଡିଉଟି କରୁଥିବା ସମୟରେ ହଠାତ୍‌ ଗୁଳି ଫୁଟିଥିଲା । ଗୁଳି ଫୁଟିବା ଶବ୍ଦ ଶୁଣି ସମତେ ଭୟଭୀତ ହୋଇଯାଇଥିଲେ । ପରେ ସେଠାରେ ଥିବା ଅନ୍ୟ ଯବାନମାନେ ଗୁଳି ଫୁଟିବା ସ୍ଥାନକୁ ଯାଇ ଜଣେ ଯବାନଙ୍କ ରକ୍ତାକ୍ତ ଶରୀରକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି ।ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking