26.1 C
Bhubaneswar
Sunday, December 7, 2025
Homeଓଡିଶାଯାତ୍ରାକଳାକାର ଦେବୀ ପ୍ରସାଦ ରଥଙ୍କ ପରଲୋକ

ଯାତ୍ରାକଳାକାର ଦେବୀ ପ୍ରସାଦ ରଥଙ୍କ ପରଲୋକ

ଜଗତସିଂହପୁର: ଯାତ୍ରାକଳାକାର ଦେବୀ ପ୍ରସାଦ ରଥଙ୍କର ପରଲୋକ ହୋଇଛି । ଆଜି ଭୋର ସମୟରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି ।  ଜଗତସିଂହପୁର ପାରାଦୀପ ଗଡ ସ୍ଥିତ ବାସଭବନରେ ହୃଦଘାତରେ  ସେ ଆଖି ବୁଜିଛନ୍ତି ।  ୨୦୧୭ରୁ  ଯାତ୍ରା ଜଗତରୁ ବିଦାୟ ନେଇଥିଲେ ଦେବୀ ପ୍ରସାଦ । ୪୨ ବର୍ଷ ଧରି ଜାମାରୁ ଅଭିନୟ କରି ଯାତ୍ରା ମଞ୍ଚରେ ଅଭିନୟ ଜାରି ରଖିଥିଲେ । ୧୦୦ରୁ ଉର୍ଦ୍ଧ୍ୱ ନାଟକରେ ସେ ଅଭିନୟ କରିଥୁଲେ । ଶିଶୁକଳାକାରରୁ ଅଭିନେତା, ଖଳନାୟକ ଓ ବାପା ଭୁମିକାରେ  ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖୁଥିଲା । ଯାତ୍ରାରେ ମାମା ନାଁରେ ବେଶ ଜଣାଶୁଣା ଥିଲେ ଦେବୀ ରଥ ।  ଏନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିବା ସହ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking