31.1 C
Bhubaneswar
Saturday, February 7, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଯାତ୍ରା ଅଭିନେତା ବାପି ଓ ନରି ପଣ୍ଡା

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଯାତ୍ରା ଅଭିନେତା ବାପି ଓ ନରି ପଣ୍ଡା

ଭୁବନେଶ୍ୱର: ଯାତ୍ରା କଳାକାରଙ୍କୁ ନ୍ୟାୟ ଭିକ୍ଷା କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି ଅଭିନେତା ତଥା ଯାତ୍ରା କଳାକାର ଓ କର୍ମଚାରୀ ସଂଘ ସଭାପତି ବାପି ପଣ୍ଡା। ତାଙ୍କ ସହ ହାସ୍ୟ ଅଭିନେତା ନରି ପଣ୍ଡା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଯାଜପୁର ଏସ୍‌ପି ଘଟଣାର ତଦନ୍ତ କରିବେ ବୋଲି ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ପରେ ବି କୌଣସି ଅସୁବିଧା ହେଲେ ବ୍ୟକ୍ତିଗତ ଭାବେ ଫୋନ୍ କରି ଜଣାଇବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ଯାତ୍ରା କଳାକାରଙ୍କୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି କହିଥିଲେ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନରି ପଣ୍ଡା କହିଛନ୍ତି ଯେ ‘ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ମୁଁ ଖୁସି। ଆମ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି, ସାହସ ଦେଇଛନ୍ତି। ମୋର ଆଇନ ଉପରେ ଭରସା ଅଛି।’ ସେହିଭଳି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ବାପି ପଣ୍ଡାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ‘ ମୁଖ୍ୟମନ୍ତ୍ରୀ କହିଛନ୍ତି ନରି ପଣ୍ଡାଙ୍କୁ ନ୍ୟାୟ ମିଳିବ। ମୁଖ୍ୟମନ୍ତ୍ରୀ ଯାଜପୁର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କ’ଣ କରାଯାଇପାରିବ। ମୋ ଉପରେ ଭରସା ରଖନ୍ତୁ ବୋଲି ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କିଛି ସମସ୍ୟା ହେଲେ ଜଣାଇବାକୁ କହିଛନ୍ତି।’ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେବା ପରେ ଏବେ ଆଶ୍ୱସ୍ତ ବୋଲି କହିଛନ୍ତି ବାପି ପଣ୍ଡା। ନିଜ ଜୀବନ ପ୍ରତି ବିପଦ ଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ବାପି ପଣ୍ଡା। ମୁଖ୍ୟ ମନ୍ତ୍ରୀ ଏଫଆଇଆର ଦେବାକୁ କହିଲେ ବୋଲି କହିଛନ୍ତି ବାପି ପଣ୍ଡା। କୌଣସି ସମସ୍ୟା ହେଲେ ତାଙ୍କ ବ୍ୟକ୍ତିଗତ ନମ୍ବରରେ ଯୋଗାଯୋଗ ପାଇଁ କହିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଆମ କଥାକୁ ଗୁରୁତର ସହକାରେ ନେଇଛନ୍ତି ବୋଲି ବାପି ପଣ୍ଡା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking