25.1 C
Bhubaneswar
Saturday, December 6, 2025
Homeଓଡିଶାରାଜଧାନୀ ଭୁବନେଶ୍ୱରକୁ ନିଶାମୁକ୍ତ ଅଂଚଳ ଘୋଷଣା କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୟାସିର ନୱାଜ

ରାଜଧାନୀ ଭୁବନେଶ୍ୱରକୁ ନିଶାମୁକ୍ତ ଅଂଚଳ ଘୋଷଣା କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୟାସିର ନୱାଜ

ଭୁବନେଶ୍ୱର: ଆଜି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କଂଗ୍ରେସ ଦଳର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶ୍ରୀ ୟାସିର ନୱାଜ ରାଜଧାନୀ ଭୁବନେଶ୍ୱରକୁ ସଂପୂର୍ଣ୍ଣ ଭାବେ ନିଶାମୁକ୍ତ ଅଂଚଳ ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ପତ୍ର ଲେଖିଥିବା ନେଇ ପ୍ରକାଶ କରିଛନ୍ତି । ସେ ତାଙ୍କ ପତ୍ର ମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, ସରକାରକୁ ଇତି ମଧ୍ୟରେ ଏକ ବର୍ଷ ପୁରଣ ହେବା ପାଇଁ ଯାଉଅଛି । ବଡ଼ ଦୁଃଖର ସହ କହିବାକୁ ଚାହୁଁଛି ଯେ ଆପଣ ନିର୍ବାଚନବେଳେ ଯେଉଁ ସବୁ ପ୍ରତିଶ୍ରୁତି ଦେଇ ଶାସନ ଗାଦିକୁ ଆସିଥିଲେ, ସେ ସବୁ ପ୍ରତଶ୍ରୁତି ପାଣିର ଗାର ସଦୃଶ । ଆପଣ ନିର୍ବାଚନବେଳେ ଅନେକ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ଦେଇଥିଲେ ଯେ ଆପଣଙ୍କ ଦଳ ଶାସନ ଗାଦିକୁ ଆସିଲେ ରାଜ୍ୟରୁ ନିଶାକୁ ନିଷେଧ କରାଯିବ ବୋଲି । କିନ୍ତୁ ବିଗତ ପାଖାପାଖି ଏକ ବର୍ଷ ହେବ ରାଜ୍ୟରେ ବେଆଇନ ଭାବେ ନିଶା କାରବାର ଦିନକୁ ଦିନ ବହୁଳ ମାତ୍ରାରେ ବଢ଼ିଯାଉଅଛି । ଆମ ରାଜ୍ୟରେ ନିଶାକାରବାର କମିବା ତ ଦୂରର କଥା ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଯାହାକି ସମଗ୍ର ଭାରତବର୍ଷରେ ମନ୍ଦାର ମାଳିନୀ ସହର ଭାବରେ ପରିଚିତ ।

ଆଜି ସେହି ସହରରେ ନିଶା ଦ୍ରବ୍ୟ କାରବାରର ପେଣ୍ଠସ୍ଥଳୀ ପାଲିଟିଛି । ଶାସକ ଦଳର ଭୁବନେଶ୍ୱରର ଜଣେ ବିଧାୟକଭୁବନେଶ୍ୱର ସହରରେ ନିଶା ଦ୍ରବ୍ୟ କାରବାର ବ୍ୟବହାର ବଢ଼ିଥିବା ପରୋକ୍ଷ ବା ପ୍ରତ୍ୟେକ୍ଷ ଭାବରେ ମାନିନେଇଛନ୍ତି । ଏହାଠାରୁ ନିନ୍ଦା ଜନକ ବିଷୟ ଆଉ କଣ ବା ହୋଇପାରେ? ସହରରେ ମଦ, ଗଞ୍ଜେଇ, ଧଳା ଜହର ଭଳି ନିଶା ଦ୍ରବ୍ୟର କାରବାର ଅବୈଧ୍ୟରେ ଚାଲୁରହିଛି । ସହରରେ ମାଳ ମାଳ ଠିପି ବନ୍ଦ ମଦ ଦୋକାନ ସହ ବିଳମ୍ବିତ ରାତ୍ରିଯାଏଁ ଠିପି ଖୋଲା ମଦ ଦୋକାନ ଖୋଲା ରହୁଥିବା କାରଣରୁ ସହର ଭିତରେ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟ ବଢ଼ିଚାଲୁଛି । ସହରର ପ୍ରମୁଖ ସ୍ଥାନ ଯେପରିକି ଏୟାରପୋର୍ଟ ଛକ, ମାଷ୍ଟରକ୍ୟାଣ୍ଟିନ ଛକ, ଆଚାର୍ଯ୍ୟ ବିହାର ଛକ, ବରମୁଣ୍ଡା ଛକ ଓ ପଟିଆ ଛକ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ରାସ୍ତା କଡରେ ମଦ ଦୋକାନ ଗୁଡ଼ିକ ଥିବାରୁ ଟ୍ରାଫିକ ସମସ୍ୟା ଉପୁଜିଥିବା ମଧ୍ୟ ପରିଲକ୍ଷିିତ ହେଉଅଛି ।

ବିଳମ୍ବିତ ରାତ୍ରିଯାଏଁ ଠିପି ଖୋଲା ମଦ ଦୋକାନ ଗୁଡ଼ିକ ଖୋଲା ରହିବା କାରଣରୁ ଯୁବପିଢ଼ିମାନେ ନିଶାଦ୍ରବ୍ୟ ସେବନ କରି ଅପରାଧିକ କାର୍ଯ୍ୟରେ ଲିପ୍ତ ରହିବା ସହ ସଡ଼କ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି । ଦେଶର ବିଭିନ୍ନ ରାଜ୍ୟ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ରାଜଧାନୀକୁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପାଇଁ ଆସିଥାନ୍ତି । କିନ୍ତୁ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକ ନିକଟରେ ବେଧଡକ ଭାବେ ନିଶା ଦ୍ରବ୍ୟର କାରବାର ହେଉଅଛି । ଦୁଃଖର ବିଷୟ ଏହି କି ଯେ, ଆଜିର ଦିନରେ ଛାତ୍ରଛାତ୍ରୀମାନେ ରାଜଧାନୀରେ ନିଶାର ବଶବର୍ତ୍ତୀ ହେଉଛନ୍ତି । ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଏହାକୁ ଅନୁଭବ କଲେଣି ଯେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଏବେ ନିଶା ଦ୍ରବ୍ୟ ବିକ୍ରୟ ସେବନର ପେଣ୍ଠସ୍ଥଳୀ ପାଲଟିଗଲାଣୀ ବୋଲି ।ରାଜଧାନୀରେ ବସବାସ କରୁଥିବା ଜନସାଧାରଣମାନେ ମଧ୍ୟ ନିଶାଦ୍ରବ୍ୟ କାରବାର ଉପରେ ଅତିଷ୍ଠ ହୋଇଗଲେଣି ବୋଲି, ଆହୁରି ମଧ୍ୟ ଶ୍ରୀ ନୱାଜ ଉକ୍ତ ପତ୍ରରେ ଉଲ୍ଲେଖ କରିଛନ୍ତିଯେ ସେ ଜଣେ ଭୁବନେଶ୍ୱରର ସଚେତନ ନାଗରିକ ହିସାବରେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ତୁରନ୍ତ ଭୁବନେଶ୍ୱର ସହରକୁ ନିଶାମୁକ୍ତ ସହର ଭାବେ ଘୋଷଣା କରି ଭୁବନେଶ୍ୱର ସହରର ପୂର୍ବ ଗାରିମାକୁ ଫେରାଇ ଆଣନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking