ନୂଆଦିଲ୍ଲୀ : ଏକ୍ସ ସେବା ଡାଉନ୍ । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ପୂର୍ବରୁ ଟ୍ୱିଟର ଭାବରେ ଜଣାଶୁଣା ଥିଲା । ସେବା ଡାଉନ୍ ହେବା ଫଳରେ ଯାହା ଦ୍ୱାରା ଉପଭୋକ୍ତାମାନେ ଉଭୟ ମୋବାଇଲ୍ ଏବଂ ୱେବ୍ ପ୍ଲାଟଫର୍ମରେ ଏହାର ସେବା ପାଇବା ପାଇଁ ବହୁ ଅସୁଧାର ସମୁଖିନ ହୋଇଥିଲେ ।
ବିଲିୟନେୟାର ଏଲନ୍ ମସ୍କଙ୍କ ମାଲିକାନାରେ ଥିବା ଏହି ପ୍ଲାଟଫର୍ମରେ ତ୍ରୁଟି ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା ଯେପରିକି “ପୋଷ୍ଟଗୁଡିକ ବର୍ତ୍ତମାନ ଲୋଡ୍ ହେଉନାହିଁ” ଏବଂ ଉପଭୋକ୍ତାମାନଙ୍କୁ “ପୁନର୍ବାର ଚେଷ୍ଟା କରିବାକୁ” ପରାମର୍ଶ ଦେଇଥିଲେ । ସର୍ବଭାରତୀୟ ସ୍ତରରେ ଉପଭୋକ୍ତାମାନେ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ପ୍ଲାଟଫର୍ମର ଅନୁପସ୍ଥିତି ବିଷୟରେ ଜଣାଇଲେ । ଏହି ଅସୁବିଧାର କାରଣ ସମ୍ପର୍କରେ କିଛି ଜଣାପଡ଼ି ନାହିଁ । ପୂର୍ଣ୍ଣ ସେବାଗୁଡିକର ପୁନଃରୁଦ୍ଧାର ପାଇଁ ଏକ ସମୟସୀମା ପ୍ରଦାନ କରିନାହିଁ । ବୈଷୟିକ ପ୍ରସଙ୍ଗଗୁଡ଼ିକର ଏହା ହେଉଛି ସର୍ବଶେଷ । ଯାହା ମସ୍କର ଅଧିଗ୍ରହଣ ପରଠାରୁ ପ୍ଲାଟଫର୍ମକୁ ଅସୁବିଧାରେ ପକାଇଛି । ଏହାର ବିଶ୍ୱ ସ୍ତରୀୟ ଉପଭୋକ୍ତାଙ୍କ ଚିନ୍ତା ବଢ଼ାଇଛି ।
https://x.com/volcaholic1/status/1832428205321453651?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1832428205321453651%7Ctwgr%5Ed29d9f3a9fb7086661d96f0cd7a383cb5f3d8771%7Ctwcon%5Es1_c10&ref_url=https%3A%2F%2Fm.dailyhunt.in%2Fnews%2Findia%2Fenglish%2Flatestly-epaper-dh91bfc27fb6cf46a58e6b6df12965bd61%2Fxdownelonmusksmicrobloggingplatformfacesoutageacrosstheglobeincludingindia-newsid-n629957576