26.1 C
Bhubaneswar
Thursday, March 19, 2026
Homeଓଡିଶାବ୍ରାଜିଲରେ ବ୍ୟାନ୍‌ ହେଲା 'ଏକ୍ସ'

ବ୍ରାଜିଲରେ ବ୍ୟାନ୍‌ ହେଲା ‘ଏକ୍ସ’

ନୂଆଦିଲ୍ଲୀ : ବ୍ରାଜିଲରେ ବ୍ୟାନ୍‌ ହେଲା ‘ଏକ୍ସ’ । ଶନିବାର ବ୍ରାଜିଲ ସରକାର ଏହା ଉପରେ ରୋକ ଲଗାଇଛନ୍ତି। ଫଳରେ ଏହା ବ୍ରାଜିଲରେ ଆଉ କାମ କରୁନି। ବର୍ତ୍ତମାନ ବ୍ରାଜିଲର ଉପଭୋକ୍ତାମାନେ ‘ଏକ୍ସ ‘ର ସେବା ବ୍ୟବହାର କରିପାରିବେ ନାହିଁ। ଉଭୟ ମୋବାଇଲ୍ ଏବଂ ୱେବ୍ ସଂସ୍କରଣରେ ସେବା ବନ୍ଦ ହୋଇଯାଇଛି। ବ୍ରାଜିଲର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ‘ଏକ୍ସ ‘କୁ ବ୍ୟାନ୍‌ କରାଯାଇଛି।ଦୀର୍ଘ ଦିନ ଧରି ବ୍ରାଜିଲର ସୁପ୍ରିମକୋର୍ଟ ଏବଂ ଟେସଲା ସିଇଓ ଏଲୋନ୍ ମସ୍କଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ୨୪ ଘଣ୍ଟା ମଧ୍ୟରେ ଜଣେ ଆଇନ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଶୁକ୍ରବାର ବ୍ରାଜିଲର ସୁପ୍ରିମକୋର୍ଟ ଏକ୍ସ’କୁ ଡେଡ୍‌ଲାଇନ ଜାରି କରିଥିଲେ। ତେବେ ‘ଏକ୍ସ’ ପକ୍ଷରୁ ବ୍ରାଜିଲରେ ଆଇନ ଅଧିକାରୀଙ୍କୁ ନିଯୁକ୍ତ କରାଯାଇ ନ ଥିବାରୁ ଜଷ୍ଟିସ୍‌ ଆଲେକଜାଣ୍ଡର ଡି’ ମାରିଆସ ଦେଶବ୍ୟାପୀ ଏହାକୁ ବ୍ୟାନ୍‌ କରିବା ପାଇଁ ଆଦେଶ ଜାରି କରିଛନ୍ତି। ବ୍ରାଜିଲର ଗଣତନ୍ତ୍ରକୁ ଦୁର୍ବଳ କରାଯାଉଥିବା ଖବର ଏକ୍ସ’ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ବ୍ରାଜିଲ କୋର୍ଟ ନ୍ୟାସନାଲ ଟେଲିକମ୍ୟୁନିକେସନ ଏଜେନ୍ସିକୁ ୨୪ ଘଣ୍ଟା ଭିତରେ ବ୍ଲକ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିସହ ୫ ଦିନ ମଧ୍ୟରେ ଅନଲାଇନ୍ ପ୍ଲେ ଷ୍ଟୋରରୁ ଏହି ଏକ୍ସ ଆପ୍ ହଟାଇବା ପାଇଁ ଆପେଲ ଏବଂ ଗୁଗୁଲକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ଗଣତନ୍ତ୍ରକୁ ଦୁର୍ବଳ କରୁଥିବା କଣ୍ଟେଣ୍ଟକୁ ପ୍ରୋତ୍ସାହନ ଯୋଗାଉଥିବା ଏକ୍ସ’ର ଅଧିକାରୀମାନଙ୍କୁ ହଟାଇବାକୁ ବ୍ରାଜିଲରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି କରାଯାଉଥିଲା। ତେବେ ନିର୍ଦ୍ଦେଶ ପାଳନ ନ କରିଥିବା ହେତୁ ବ୍ରାଜିଲର ସୁପ୍ରିମ ଫେଡେରାଲ କୋର୍ଟ ଏକ୍ସ’ ଉପରେ ୧୮ ମିଲିୟନ ଡଲାରର ତଥା ପାଖାପାଖି ୪୦ କୋଟି ଜରିମାନା ଲଗାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking