ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ, ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଗୁରୁବାର (୫ ମାର୍ଚ୍ଚ, ୨୦୨୬) ନୂଆଦିଲ୍ଲୀସ୍ଥିତ ଇରାନ ଦୂତାବାସରେ ଶୋକ ପୁସ୍ତକରେ ସ୍ୱାକ୍ଷର କରିଥିଲେ ଏବଂ ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ୮୬ ବର୍ଷୀୟ ଖାମେନି ୧୯୮୯ ରୁ ୧୯୯୦ ପର୍ଯ୍ୟନ୍ତ ଇରାନର ସର୍ବୋଚ୍ଚ ନେତା ଭାବରେ କାର୍ଯ୍ୟ କରିଥିଲେ । ସେ ଦୀର୍ଘ ସମୟ ଧରି ଦେଶକୁ ନେତୃତ୍ୱ ଦେଇଥିଲେ ଏବଂ ରିପୋର୍ଟ ଅନୁସାରେ ଶନିବାର ସକାଳେ ଆମେରିକା-ଇସ୍ରାଏଲର ମିଳିତ ସାମରିକ ଅଭିଯାନରେ ତାଙ୍କର ମୃତ୍ୟୁ ହୋଇଥିଲା।ଖାମେନିଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ପ୍ରଥମେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଦେଇଥିଲେ।










