18.1 C
Bhubaneswar
Thursday, February 5, 2026
Homeଓଡିଶାଭୁଲ ଇଞ୍ଜେକ୍ସନ ନେଇଗଲା ନାବାଳକର ଜୀବନ

ଭୁଲ ଇଞ୍ଜେକ୍ସନ ନେଇଗଲା ନାବାଳକର ଜୀବନ

ଯାଜପୁର: ଭୁଲ ଇଞ୍ଜେକ୍ସନ ଯୋଗୁ ନାବାଳକର ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ଲୋକେ | ବାନ୍ତି ହେଉଥିବାରୁ ଭାଇଙ୍କ ସହ ଆସିଥିଲେ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର|ମୃତକ ହେଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ ଅନ୍ତର୍ଗତ ରାଉତରା ଗ୍ରାମର ରାମ ମଲ୍ଲିକଙ୍କ ପୁଅ ସତ୍ୟନାରାୟଣ ମଲ୍ଲିକ |ଅଭିଯୋଗ ଅନୁଯାୟୀ, ଗତକାଲି ରାତି ପ୍ରାୟ ୩ଟା ବେଳେ ତାଙ୍କର ବାନ୍ତି ହେବା ସହ ଅସୁସ୍ଥତା ଅନୁଭବ କରିଥିଲେ ସତ୍ୟନାରାୟଣ। ପରିବାର ଲୋକେ ତାଙ୍କୁ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ | ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ ଦୁଇଟି ଇଞ୍ଜେକ୍ସନ ନେବାକୁ ଲେଖିଥିଲେ | ନର୍ସିଙ୍ଗ ଷ୍ଟାଫ ତାଙ୍କୁ ଇଞ୍ଜେକ୍ସନ ଦେବାର କିଛି ସମୟ ପରେ ସେ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ |ପରିବାର ଲୋକେ ପୁନର୍ବାର ଡାକ୍ତରଙ୍କୁ ଡାକିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ତାଙ୍କୁ ଇଞ୍ଜେକ୍ସନ ଦିଆଯାଇଥିବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ | ଯାହାକୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପରିସ୍ଥିତି ଦେଖା ଯାଇଥିଲା |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking