24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଡିସେମ୍ବର ୧୫ରେ ଡବ୍ଲ୍ୟୁପିଏଲ୍ ମିନି ଅକ୍ସନ୍‌; ଗୁଜରାଟ ପର୍ସରେ ସର୍ବାଧିକ ୪.୪ କୋଟି ଟଙ୍କା ରହିଛି

ଡିସେମ୍ବର ୧୫ରେ ଡବ୍ଲ୍ୟୁପିଏଲ୍ ମିନି ଅକ୍ସନ୍‌; ଗୁଜରାଟ ପର୍ସରେ ସର୍ବାଧିକ ୪.୪ କୋଟି ଟଙ୍କା ରହିଛି

ମୁମ୍ବାଇ: ମହିଳା ପ୍ରିମିୟର୍ ଲିଗ୍ (ଡବ୍‌ଲ୍ୟୁପିଏଲ୍‌) ୨୦୨୫ ପାଇଁ ମିନି ଖେଳାଳି ଅକ୍ସନ୍ ଚଳିତ ବର୍ଷ ଡିସେମ୍ବର ୧୫ ତାରିଖରେ ହେବ। ବେଙ୍ଗାଲୁରୁରେ ଏହା ଆୟୋଜିତ ହେବାର ଥିବା ଇଏସ୍‌ପିଏନ୍ କ୍ରିକ୍‌ଇନ୍‌ଫୋ ରିପୋର୍ଟରୁ ଜଣାପଡ଼ିଛି। ଚଳିତ ଥରର ମିନି ଅକ୍ସନ୍ ପୂର୍ବରୁ ପ୍ରତ୍ୟେକ ଫ୍ରାଞ୍ଚାଇଜି ନିକଟରେ ମୋଟ ୧୫ କୋଟି ଟଙ୍କା ଉପଲବ୍ଧ ରହିବ। ଗତବର୍ଷ ଏହା ୧୩.୫ କୋଟି ଟଙ୍କା ଥିଲା। ଗତ ଦୁଇଟି ସିଜନ୍‌ରେ ଟେବଲ୍ ଶେଷରେ ରହିଥିବା ଗୁଜରାଟ ଜାଏଣ୍ଟ୍‌ସ ପର୍ସରେ ଚଳିତ ଥର ସର୍ବାଧିକ ୪.୪ କୋଟି ଟଙ୍କା ରହିଛି। ଟିମ୍ ଟିମ୍‌ରୁ ସାତଜଣ ଖେଳାଳିଙ୍କୁ ରିଲିଜ୍ କରିଛି। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପର୍ସରେ ୩.୨୫ କୋଟି ଟଙ୍କା ଉପଲବ୍ଧ ଥିବାବେଳେ ଦୁଇଥରର ରନର୍ସଅପ୍ ଦିଲ୍ଲୀ କ୍ୟାପିଟାଲ୍ସ ୨.୫ କୋଟି ଟଙ୍କା ଖର୍ଚ୍ଚ କରିପାରିବ। ଏହା ବ୍ୟତୀତ ମୁମ୍ବାଇ ଇଣ୍ଡିଆନ୍ସ ଓ ୟୁପି ୱାରିୟର୍ସ ନିକଟରେ ଯଥାକ୍ରମେ ୨.୬୫ କୋଟି ଓ ୩.୯ କୋଟି ଉପଲବ୍ଧ ରହିବ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking