33.1 C
Bhubaneswar
Thursday, September 19, 2024
Homeଓଡିଶାପିଠି ଯନ୍ତ୍ରଣା ଯୋଗୁ ଚିନ୍ତିତ କି ? ଆପଣାନ୍ତୁ ଏହି ୫ଟି ଉପଚାର

ପିଠି ଯନ୍ତ୍ରଣା ଯୋଗୁ ଚିନ୍ତିତ କି ? ଆପଣାନ୍ତୁ ଏହି ୫ଟି ଉପଚାର

ଭୁବନେଶ୍ୱର: ଆଜିକାଲି ମହିଳାମାନେ ପିଠି ଯନ୍ତ୍ରଣା ଦ୍ୱାରା ଅଧିକ ଅସୁବିଧାରେ ପଡୁଛନ୍ତି । ବିଶେଷକରି ୩୦ ରୁ ୩୫ ବର୍ଷ ବୟସର ମହିଳାମାନେ ପିଠି ଯନ୍ତ୍ରଣାରେ ଅଧିକ ପୀଡିତ । ଏକ ଅନୁସନ୍ଧାନ ଅନୁଯାୟୀ, ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପିଠିରେ ଯନ୍ତ୍ରଣା ଅଧିକ ଦେଖାଯାଏ । ତେବେ ଅନେକ ସମୟରେ ଶରୀରରେ ଦୁର୍ବଳତା ଏବଂ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଅଭାବରୁ ପିଠି ଯନ୍ତ୍ରଣା ସମସ୍ୟା ଅଳ୍ପ ବୟସରେ ମଧ୍ୟ ଆରମ୍ଭ ହୁଏ । ଏପରି ପରିସ୍ଥିତିରେ, ଔଷଧ ଖାଇବା ପରିବର୍ତ୍ତେ, ପ୍ରଥମେ ଆପଣ ପିଠି ଯନ୍ତ୍ରଣାର କାରଣ ଜାଣିବା ଭଲ ଏବଂ ତା’ପରେ କିଛି ଘରୋଇ ଉପଚାର ଏବଂ ବ୍ୟାୟାମ ସହିତ ପିଠି ଯନ୍ତ୍ରଣାକୁ ଭଲ କରିବା ଉଚିତ୍ । ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ । ଯାହାଫଳରେ ଆପଣ ପିଠି ଯନ୍ତ୍ରଣାରୁ ତୁରନ୍ତ ଆରାମ ପାଇପାରିବେ ।

ହିଟିଂ ପ୍ୟାଡର ବ୍ୟବହାର : ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ହିଟିଂ ପ୍ୟାଡ ବ୍ୟବହାର କରନ୍ତୁ । ଏହା ଆପଣଙ୍କୁ ପିଠି ଏବଂ ଅଣ୍ଟା ଯନ୍ତ୍ରଣାରୁ ତୁରନ୍ତ ଆରାମ ଦେବ । ତେବେ ଗରମ ସେକ ପ୍ରୟୋଗ କରିବା ଦ୍ୱାରା ରକ୍ତ ସଞ୍ଚାଳନରେ ଉନ୍ନତି ହୁଏ, ଯାହା ଅକ୍ସିଜନ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱକୁ ଅଣ୍ଟା ମାଂସପେଶୀରେ ସହଜରେ ପହଞ୍ଚିବାକୁ ଦେଇଥାଏ ଏବଂ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

ଗରମ ପାଣିରେ ସ୍ନାନ କରନ୍ତୁ : ଯେଉଁମାନଙ୍କର ବାରମ୍ବାର ପିଠି ଯନ୍ତ୍ରଣା ହୁଏ କିମ୍ବା ଗଣ୍ଠି ଯନ୍ତ୍ରଣା ହୁଏ ସେମାନେ ଗରମ ପାଣିରେ ଗାଧୋଇବା ଉଚିତ୍ । ଗରମ ପାଣି ଶରୀରକୁ ଶାନ୍ତ କରିଥାଏ ଏବଂ ରକ୍ତ ସଞ୍ଚାଳନରେ ଉନ୍ନତି ଆଣେ । ଏହା ଶରୀରର ଯନ୍ତ୍ରଣାକୁ କମ୍ କରିଥାଏ ।

ଆଇସକ୍ୟୁବ ପ୍ରୟୋଗ କରନ୍ତୁ : ଯଦି ଆପଣ ଗରମ ଜିନିଷ ପ୍ରୟୋଗ କରିବାକୁ ଚାହୁଁନାହାଁନ୍ତି, ତେବେ ଆପଣ କୋଲ୍ଡ ପ୍ୟାକ୍ ଅର୍ଥାତ୍ ଆଇସକ୍ୟୁବ ମଧ୍ୟ ବ୍ୟବହାର କରିପାରିବେ । ଯେତେବେଳେ ଆଘାତ ଲାଗେ କିମ୍ବା ମାଂସପେଶୀ ଷ୍ଟ୍ରେନ୍ କାରଣରୁ ପିଠି ଯନ୍ତ୍ରଣା ହୁଏ, ଆଇସକ୍ୟୁବ ପ୍ରୟୋଗ କରାଯିବା ଉଚିତ୍ । ଏହା ଶରୀରର ଫୁଲା ଏବଂ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

ଏହିପରି ତକିଆ ବ୍ୟବହାର କରନ୍ତୁ : ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଭଲ ତକିଆ ବ୍ୟବହାର କରିବା ମଧ୍ୟ ଉଚିତ୍ । ସେଥିପାଇଁ ଆପଣ ଶୋଇବା ସମୟରେ ତକିଆକୁ ଗୋଡ ମଝିରେ ରଖିକି ଶୁଅନ୍ତୁ । ଏହା ବ୍ୟତୀତ ଯେତେବେଳେ ବି ଆପଣ ପିଠି ଆଡକୁ ହୋଇ ଶୋଉଛନ୍ତି, ସେତେବେଳେ ତକିଆକୁ ଆଣ୍ଠୁ ତଳେ ରଖନ୍ତୁ । ଏହା ପିଠି ଯନ୍ତ୍ରଣାରୁ ମୁକ୍ତି ଦେବ ଏବପ୍ସ ଆପଣ ଆରାମ ପାଇବେ ।

ବ୍ୟାୟାମ କରନ୍ତୁ : ଆପଣମାନେ ତ ଜାଣିଥିବେ ଯେତେବେଳେ ପିଠି ଯନ୍ତ୍ରଣା ବଢିଯାଏ, ସେତେବେଳେ ଫିଜିଓଥେରାପି କରାଇବାର ଆବଶ୍ୟକତା ପଡିଥାଏ । ଏପରି ପରିସ୍ଥିତିରେ, ଫିଜିଓଥେରାପିଷ୍ଟମାନେ କେବଳ ବ୍ୟାୟାମ ମାଧ୍ୟମରେ ପିଠି ଯନ୍ତ୍ରଣାକୁ ଭଲ କରନ୍ତି । ପିଠି ଯନ୍ତ୍ରଣା ପାଇଁ ଆପଣ କିଛି ବ୍ୟାୟାମ କରିବା ଜରୁରୀ । ଏଥିପାଇଁ ଶାରୀରିକ କାର୍ଯ୍ୟକଳାପ ଆବଶ୍ୟକ ପଡିଥାଏ । ଏପରି କରିବା ଦ୍ୱାରା ଆପଣ ସହଜରେ ପିଠି ଯନ୍ତ୍ରଣାରୁ ଆରାମ ପାଇପାରିବେ । ସେଥିପାଇଁ ଯେଉଁମାନେ ପିଠି ଯନ୍ତ୍ରଣା ଯୋଗୁ କଷ୍ଟ ପାଉଛନ୍ତି, ସେମାନେ ଏହି ଘରୋଇ ଉପଚାର ବ୍‌ଯବହାର କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking