11.1 C
Bhubaneswar
Friday, January 16, 2026
Homeଖେଳ୧୯ ବର୍ଷରୁ କମ୍ ବିଶ୍ୱ ବକ୍ସିଂ ଚାମ୍ପିଅନ୍‌ଶିପ୍‌; ୭୫ କେଜି ବର୍ଗରେ କ୍ରିଷ୍ଣା ବର୍ମାଙ୍କୁ ସ୍ୱର୍ଣ୍ଣ

୧୯ ବର୍ଷରୁ କମ୍ ବିଶ୍ୱ ବକ୍ସିଂ ଚାମ୍ପିଅନ୍‌ଶିପ୍‌; ୭୫ କେଜି ବର୍ଗରେ କ୍ରିଷ୍ଣା ବର୍ମାଙ୍କୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଆମେରିକାର କଲୋରାଡୋରେ ଚାଲିଥିବା ୧୯ ବର୍ଷରୁ କମ୍ ବିଶ୍ୱ ବକ୍ସିଂ ଚାମ୍ପିଅନ୍‌ଶିପ୍‌ରେ ଭାରତର ଯୁବ ବକ୍ସର୍ କ୍ରିଷ୍ଣା ବର୍ମା ମହିଳା ୭୫ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ବ୍ୟତୀତ ଅନ୍ୟ ୫ଜଣ ଭାରତୀୟ ବକ୍ସର୍ ରୌପ୍ୟ ପଦକ ହାସଲ କରିଛନ୍ତି। କ୍ରିଷ୍ଣା ୭୫ କେଜି ଫାଇନାଲ୍‌ରେ ଜର୍ମାନୀର ସିମୋନ୍ ଲେରିକାଙ୍କୁ ୫-୦ ସର୍ବସମ୍ମତ ନିଷ୍ପତ୍ତିରେ ମାତ୍ ଦେଇଥିଲେ। ତେବେ ଚଞ୍ଚଳ ଚୌଧୁରୀ (ମହିଳା ୪୮ କେଜି), ଅଞ୍ଜଳି କୁମାରୀ ସିଂହ (ମହିଳା ୫୭ କେଜି), ବିନି (ମହିଳା ୬୦ କେଜି), ଆକାଂକ୍ଷା ଫଲାସ୍ୱାଲ୍ (ମହିଳା ୭୦ କେଜି) ଏବଂ ରାହୁଲ କୁଣ୍ଡୁ (ପୁରୁଷ ୭୫ କେଜି) ନିଜ ନିଜର ଫାଇନାଲ୍ ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି।

ଚଞ୍ଜଳ ଅଯୋଗ୍ୟ ହେବା ପରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଅଞ୍ଜଳି ଇଂଲଣ୍ଡର ମିଆ-ତିଆହ ଆୟଟନ୍‌ଙ୍କଠାରୁ ୦-୫ରେ ପରାଜିତ ହୋଇଛନ୍ତି। ଆକାଂକ୍ଷା ଓ ରାହୁଲ ଯଥାକ୍ରମେ ଇଂଲଣ୍ଡର ଲିଲି ଡିଆକନ୍ ଓ ୟାମେରିକାର ଆୱିନୋଙ୍ଗ୍ୟା ଜୋସେଫ୍‌ଙ୍କଠାରୁ ୧-୪ରେ ହାରିଯାଇଛନ୍ତି। ସେହିପରି ବିନି ୨-୩ ବିଭାଜିତ ନିଷ୍ପତ୍ତିରେ ଇଂଲଣ୍ଡର ଇଲା ଲନ୍ସଡାଲ୍‌ଙ୍କଠାରୁ ପରାଜିତ ହୋଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ୱାର୍ଲ୍ଡ ବକ୍ସିଂର ପ୍ରଥମ ଗ୍ଲୋବାଲ୍ ଇଭେଣ୍ଟ୍ ହୋଇଥିବା ବେଳେ ଭାରତର ପାଞ୍ଚ ମହିଳା ଏବଂ ଜଣେ ପୁରୁଷ ବକ୍ସର୍ ସ୍ୱର୍ଣ୍ଣ ପଦକ ପାଇଁ ଶନିବାର ଲଢ଼େଇ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking