ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ପକ୍ଷରୁ ଗୁରୁବାର ବିଶ୍ୱ ରେଡ଼ିଓ ଦିବସ ପାଳିତ ହୋଇଯାଇଛି। ବିଶ୍ୱ ରେଡ଼ିଓ ଦିବସର ଚଳିତ ବର୍ଷର ପ୍ରସଙ୍ଗ ରହିଛି ‘ରେଡ଼ିଓ ଆଣ୍ଡ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ’। ଏହି ଅବସରରେ କେକ୍ କଟାଯାଇ ଉତ୍ସବ ପାଳନ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଜଏଂଟ ରେଜିଷ୍ଟ୍ରାର ପ୍ରଫେସର ମଧୁବ୍ରତା ମହାନ୍ତି ଏବଂ ଅଫିସିଆଲ୍ ଶ୍ରୀ ଧାରାଶ୍ରୀ ମହାନ୍ତି ଉପସ୍ଥିତ ଥିଲେ। କମ୍ୟୁନିଟି ରେଡ଼ିଓର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କମ୍ୟୁନିଟି ରେଡ଼ିଓର ଇନ୍ଚାର୍ଜ ଶ୍ରୀମତି ହନୀ ପଟ୍ଟନାୟକ ଚଳିତ ବର୍ଷର ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।










