26.1 C
Bhubaneswar
Wednesday, February 11, 2026
Homeଓଡିଶାସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧନା (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ ପକ୍ଷରୁ ନିମାପଡ଼ାସ୍ଥିତ ରେସିଙ୍ଗା ଗ୍ରାମରେ ବିଶ୍ୱ ଡାଲି ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଦିବସର ମହତ୍ୱ ଏବଂ ଚାଷୀ ଭାଇମାନଙ୍କ ଦ୍ୱାରା ଆଧୁନିକ ଜ୍ଞାନ କୌଶଳ ଗ୍ରହଣ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏହି ସଭାରେ ଓୟୁଏଟି ଅଧିନସ୍ଥ ପୁରୀ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ସୂର୍ଯ୍ୟ ନାରାୟଣ ମିଶ୍ର, ପୂର୍ବତନ କନ୍ଧମାଳ ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଜୟ କୁମାର ସାହୁ ଏବଂ ନିମାପଡ଼ା ବ୍ଲକ କୃଷି ଅଧିକାରୀ ଶ୍ରୀଯୁକ୍ତ ପ୍ରିୟବ୍ରତ ପୃଷ୍ଟି ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଡାଲି ଫସଲରେ ବୈଜ୍ଞାନିକ ପ୍ରଣାଳୀ ଅନୁସରଣ କରି କିପରି ଭାବରେ ଚାଷୀ ଭାଇ ଓ ଭଉଣୀମାନେ ଲାଭବାନ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହିତ ନିମାପଡ଼ା ବ୍ଲକରେ କିପରି ଭାବରେ ଡାଲି ଜାତୀୟ ଫସଲକୁ ଅଗ୍ରାଧିକାର ଦିଆଯାଇପାରିବ ତାହା ମଧ୍ୟ ଆଲୋଚନା କରାଯାଇଥିଲା । ଏହି ସଭାରେ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ ଅଧ୍ୟକ୍ଷତା କରି ମନୁଷ୍ୟର ଖାଦ୍ୟ ଓ ପୃଷ୍ଟି ନିରାପତା ତଥା ମୂର୍ତିକାର ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ଡାଲିଜାତୀୟ ଫସଲର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କ୍ଷେତ୍ର ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ବାସୁଦେବ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ. ଶୁଭପ୍ରଦ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଡାଲି ଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଉଦ୍‌ଘାଟନ କରିବା ସହିତ ବୁଲି ଦେଖିଥିଲେ । ଏହି ସଭାରେ ରେସିଙ୍ଗ ଗ୍ରାମରେ ଅଗ୍ରଣୀ ଚାଷୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ବରାଳଙ୍କୁ ମାନପତ୍ର ସହିତ ସମ୍ମାନିତ କରାଯାଇଥିଲା । କ୍ଷେତ୍ର ବିଜ୍ଞାନ ବିଭାଗ ଦ୍ୱାରା ଡାଲି ଚାଷ ଉପରେ ପ୍ରସ୍ତୁତ ପୁସ୍ତିକା ଉନ୍ମୋଚନ କରାଯାଇଥିଲା । ଶେଷରେ ଚାଷୀମାନଙ୍କ ମଧ୍ୟରେ ଜିଆଖତ ବଂଟନ କରାଯାଇଥିଲା । ଏହି ସଭାରେ କ୍ଷେତ୍ର ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଏକ ନାଟକ ପରିବେଷଣ କରିଥିଲେ । କ୍ଷେତ୍ର ବିଜ୍ଞାନ ବିଭାଗର ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀମାନେ ଏହି ସଭାକୁ ପରିଚାଳନା କରିଥିଲେ । ଏହି ସଭାରେ ଶତାଧିକ ଚାଷୀ ଭାଇ ଓ ଭଉଣୀମାନେ ଯୋଗଦାନ କରିବା ସହିତ କୃଷି ମହାବିଦ୍ୟାଳୟର ବିଭିନ୍ନ ବିଭାଗର ମୁଖ୍ୟ ତଥା ଶିକ୍ଷକ, ଶିକ୍ଷୟତ୍ରୀମାନେ ମଧ୍ୟ ଯୋଗଦାନ କରିଥିଲେ । ପରିଶେଷରେ ସମସ୍ତେ ମୁଗ ଫସଲର ବିହନ ଉତ୍ପାଦନ ଜମି ପରିଦର୍ଶନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking