25.1 C
Bhubaneswar
Monday, December 8, 2025
Homeଓଡିଶାମଧୁ ଜୟନ୍ତୀରେ ଶିଳ୍ପୋଦ୍ୟୋଗୀଙ୍କୁ ସମ୍ମାନିତ କଲା ବିଶ୍ୱ ଓଡି଼ଆ ପରିବାର

ମଧୁ ଜୟନ୍ତୀରେ ଶିଳ୍ପୋଦ୍ୟୋଗୀଙ୍କୁ ସମ୍ମାନିତ କଲା ବିଶ୍ୱ ଓଡି଼ଆ ପରିବାର

ଭୁବନେଶ୍ୱର: ଅନ୍ୟତମଅଗ୍ରଣୀ ଅନୁଷ୍ଠାନ ବିଶ୍ୱଓଡ଼ିଆ ପରିବାରଉତ୍କଳ ଗୌରବ ମଧୁସୂଦନ ଦାସଙ୍କଜନ୍ମଜୟନ୍ତୀକୁଏକ ନିଆରାଢଙ୍ଗରେ ଆଜିଭୁବନେଶ୍ୱେରସ୍ଥିତ ଆରସିଏମରପ୍ରେକ୍ଷାଳୟରେ ପାଳନ କରିଛି।କେବଳଜୟନ୍ତୀ ପାଳନ ଭିତରସିମୀତ ନରଖିଓଡ଼ିଶାରସମୃଦ୍ଧିରେବିଶେଷଭୂମିକାରେ ଥିବାବରିଷ୍ଠଶିଳୋ୍ପଦ୍ୟୋଗୀଙ୍କୁ ‘କୁଳଗୌରବ ’ସମ୍ମାନରେ ସମ୍ମାନିତ କରିଛି। ଅନୁଷ୍ଠିତସମାରୋହରେଓଡ଼ିଶା ଉଚ୍ଚ ନ୍ୟାୟାଳୟରମାନ୍ୟବର ଅବସରପ୍ରାପ୍ତ ବିଚାରପତିଡ଼ଃ ଦୁର୍ଗା ପ୍ରସନ୍ନଚୌଧୁରୀମୁଖ୍ୟଅତିଥି ଭାବରେଯୋଗ ଦେଇ ତାଙ୍କର ଅଭିଜ୍ଞତାପୂର୍ଣ୍ଣ ଆଭିଭାଷଣରେକୁଳବୃଦ୍ଧ ମଧୁସୂଦନଙ୍କରଜାତିପ୍ରତି , ଆଇନ ପ୍ରତିସମ୍ବେଦନଶୀଳତା ଓ ଶିଳ୍ପକ୍ଷେତ୍ରରେଓଡ଼ିଶାକୁ ଦେଶରେ ଅଗ୍ରଣୀଭାବରେ ଦେଖିଥିବାସ୍ୱପ୍ନକୁସୁନ୍ଦରଭାବରେଉପସ୍ଥାପନ ପୂର୍ବକଏହିସମାରୋହରସାର୍ଥକତା ପ୍ରତିପାଦନ କରିଥିଲେ।ବିଶ୍ୱଓଡ଼ିଆ ପରିବାରରଏହି ଅଭିନବ ପ୍ରୟାସକୁ ପ୍ରଶଂସାକରିବାସହିତ ସମ୍ମାନିତ ଅତିଥିଙ୍କସର୍ବଶୁଖକାମନାକରିଥିଲେ।ବିଶ୍ୱଓଡ଼ିଆ ପରିବାରସଭାପତିଶ୍ରୀ ସଜ୍ଜନ ଶର୍ମାକାର୍ଯ୍ୟକ୍ରମରେ ଅଧ୍ୟକ୍ଷୀୟମନ୍ତବ୍ୟରେସଭାର ଆଭିମୁଖ୍ୟ ଓ ଅନୁଷ୍ଟାନରଲକ୍ଷ୍ୟ ଓ ଉଦ୍ଦେଶ୍ୟଉପରେ ଆଲୋକପାତକରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥିମାନେ ସମାନଙ୍କ ଉଦ୍‌ବୋଧନରେକହିଥିଲେ ଯେ, କେବଳଭାଷାବଂଚାଇବା ପାଇଁକିମ୍ବଦନ୍ତୀ ପୁରୁଷ ମଧୂଦନ ଦାସସଂଗ୍ରାମକରିନଥିଲେ।ଓଡ଼ିଶାରେଶିଳ୍ପର ଅଗ୍ରଗତି ମଧ୍ୟ ଏହି ପ୍ରବାଦ ପୁରୁଷଙ୍କ ସ୍ୱପ୍ନ ଥିଲା।ତାହାକୁସାକାରକରିବାରଚିନ୍ତନକୁ ପାଥେୟ କରିଏହପରିିଉତ୍ସବର ଅୟୋଜନ ପଶଂସନୀୟ ଅଟେବୋଲି ଅତିଥିମାନେ କହିଥିଲେ।

ସମାରୋହରେ‘ଉତ୍କଳ ଗୌରବ’ ସମ୍ମାନରେ ଭୂଷିତହୋଇଥିବାବିଶିଷ୍ଟଉଦ୍ୟୋଗୀମନେ ହେଲେ, ଶ୍ରୀ ପବନ ସୁଲତାନିଆ ଅଧ୍ୟକ୍ଷ (ଓଡ଼ିଶା) ଫେଡେରେସନ୍ ଅଫ୍ ଟ୍ରେଡ଼୍ ଆଣ୍ଡଇଣ୍ଡଷ୍ଟ୍ରିଶ୍ରୀ ନିକୁଞ୍ଜ ଛୋଟରାୟ,ଭାଲେଂଟିନା ପାଇପ୍ସ ପ୍ରାଇଭେଟ୍‌ଲିମିଟେଡ଼୍‌, ଭୁବନେଶ୍ୱର, ଶ୍ରୀ ଦିଲ୍ଲୀପ ଦାସ,ଆଲଫାଟ୍ରାନ୍ସଫରମର୍‌, ଭୁବନେଶ୍ୱର, ଶ୍ରୀଗୌରୀଶଙ୍କର ଦାଶପରିଚାଳନା ନିର୍ଦ୍ଦେଶକରୋଲେକ୍ସପେଂଟଣ୍ଟ ଆଣ୍ଡକେମିକାଲ ପ୍ରା.ଲିଃ, ଇଷ୍ଟର୍ଣକେମିକାଲଇଣ୍ଡଷ୍ଟ୍ରିଜ୍ ପ୍ରା.ଲିଃ, କଟକ ,ଡଃ ପ୍ରବୀର ପାଲଅଧ୍ୟକ୍ଷ, ରିଜିଓନାଲ୍‌କଲେଜ ଅଫ୍ ମ୍ୟାନେଜମେଂଟଓଡ଼ିଶା, ଶ୍ରୀଯୁକ୍ତ ଜଗଦୀଶମିଶ୍ର, ଘନଶ୍ୟାମମିଶ୍ର ଆଣ୍ଡସନ୍ସ ପ୍ରା.ଲିଃମୟୁରୀଇଲେକ୍ଟଟ୍ରୋସେରାମିକ୍ ପ୍ରା.ଲି:।

ଓଡି଼ଶାକୁ ନୂତନ ସୋପାନରେ ପହଂଚାଇବାରେସଫଳହୋଇଥିବା୫ ଜଣ ନବଉଦ୍ୟମୀ, ଶ୍ରୀବୋଧିସତ୍ୱସଂଘପ୍ରିୟ, ପ୍ରତିଷ୍ଠାତା ତଥା ପରିଚାଳନାମୁଖ୍ୟ ଆଇ. ଜି.ଡ୍ରୋନ, ଶ୍ରୀ ଦୀପକକୁମାର ନାଥ, ପ୍ରତିଷ୍ଠାତା ତଥା ପରିଚାଳନାମୁଖ୍ୟ, ଥ୍ରେଟ୍‌ସିସ୍‌ଟେକ୍ନୋଲୋଜି ପ୍ରା. ଲିଃ ତଥା ବିଶିଷ୍ଟସାଇବରସିକ୍ୟୁରିଟି ଓ ପରାମର୍ଶଦାତାଶ୍ରୀ ନିହାରରଂଜନ ପଣ୍ଡା, ପରିଚାଳନା ନିର୍ଦ୍ଦେଶ ତଥା ମୁଖ୍ୟକାର୍ଯ୍ୟନିର୍ବାହୀ, ସ୍କାଇରାଇଡରଇଲେକ୍‌ଟ୍ରିକ୍ ପ୍ରା.ଲିଃ,ଶ୍ରୀମତୀସ୍ନିଗ୍ଧାରାଣୀ ପାତ୍ର, ପ୍ରତିଷ୍ଠାତା ଓ ନିର୍ଦ୍ଦେଶିକାଏଗ୍ରିସୋଲ ଅର୍ଗାନିକ୍‌ଇଣ୍ଡିଆ ପ୍ରା.ଲିଃ, ଶ୍ରୀଶ୍ରୀଜୟ ନାୟକ, ପରିଚାଳନା ନିର୍ଦ୍ଦେଶକ, ମହାନଦୀ ପଲ୍ଲୀମର ପ୍ରା.ଲିଃଶିଳ୍ପୋଦ୍ୟୋଗୀମାନଙ୍କୁ ସମ୍ମାନିତ କରିଥିଲେ।ବିଶିଷ୍ଟକବୟତ୍ରୀଡ଼ଃ ପୀତିପ୍ରତିଭାଭୋଳକାର୍ଯ୍ୟକ୍ରମସଂଚାଳନାକରିଥିଲେ।

ଅନୁଷ୍ଠାନରବରିଷ୍ଠସଭ୍ୟଭବାନୀ ପ୍ରାସାଦ ମିଶ୍ର ଓ ଇଂଶାକ୍ୟସିଂହମହାପାତ୍ରସମାରୋହର ପରିଚାଳନାକରିଥିଲେ। ପରିବାରରମୁଖପାତ୍ରସୁରେଶକୁମାରସାହୁ ଧନ୍ୟବାଦ ଅର୍ପଣକରିଥିଲେ।ଡ଼ଃହାଡିବଂଧୁ ପାଣିଗ୍ରାହୀ, ସୁବ୍ରତ ନାୟକ, ତପନ ବେହେରା, ଼ଡଃପଦ୍ମଲୋଚନ ଦାସକୂଳମଣିରାଉତ, ମନୋଜସାହୁ ଓ ସୁବ୍ରତକେଶରୀ ଦାସ ଆଦି କାର୍ଯ୍ୟକ୍ରମର ଅୟୋଜନ କରିଥିଲେ।କାର୍ଯ୍ୟକ୍ରମରେବିଶିଷ୍ଟକବିରାଜ୍ୟବର୍ଦ୍ଧନ ଧଳମହାପାତ୍ର, ପ୍ରିୟବ୍ରତମହାପାତ୍ର, ଡ଼ଃ ପ୍ରତାପ ପାଣି, ଡ଼ଃଶଶିଭୁଷଣ ରଥ, ହରିହରମିଶ୍ର, ଡ଼ଃସୁମନ୍ତ କୁମାରସାମଲଙ୍କ, ସ୍ୱାଗତିକା ଧଳଙ୍କସମେତବହୁବିଶିଷ୍ଟବ୍ୟକ୍ତିଉପସ୍ଥିତଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking