25.1 C
Bhubaneswar
Tuesday, February 3, 2026
Homeଓଡିଶାଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସହ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧିଙ୍କ ଆଲୋଚନା

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସହ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧିଙ୍କ ଆଲୋଚନା

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି ତଥା ରାଷ୍ଟ୍ର ଶାଖା ନିର୍ଦ୍ଦେଶକ ଏଲିଜାବେଥ ଫୋରେ (Elisabeth Faure, Representaive & Country Director of United Nations, World Food Programme) ସାକ୍ଷାତ କରି ରାଜ୍ୟରେ ଖାଦ୍ୟ ନିରାପତ୍ତା ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ରାଜ୍ୟରେ ଉତ୍ତମ ପୋଷଣ ଓ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ସୁଦୃଢ କରିବା ସମ୍ପର୍କରେ ଉକ୍ତ ସାକ୍ଷାତ ବୈଠକରେ ଆଲୋଚନା ହୋଇଛି । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଓ ରାଜ୍ୟ ସରକାରଙ୍କ ସହାୟତାରେ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ଉପରେ ମଧ୍ୟ୍ୟ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ଓଡିଶାକୁ ଖାଦ୍ୟ ନିରାପତ୍ତାର ଉତ୍କର୍ଷ କେନ୍ଦ୍ର ଭାବେ ପରିଗଣିତ କରିବା ଦିଗରେ କାର୍ଯ୍ୟ କରିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ସେହିଭଳି ଖାଦ୍ୟ ପୃଷ୍ଟି ନିରାପତ୍ତା ଅନ୍ତର୍ଗତ ହିତାଧିକାରୀଙ୍କ ପାଇଁ ଖାଦ୍ୟ ଉପଲବ୍ଧତାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ଅନେକ ଅଗ୍ରଣୀ ପଦକ୍ଷେପ ଉପରେ ମନ୍ତ୍ରୀ ଶ୍ରୀ ପାତ୍ର ଅବଗତ କରାଇଥିଲେ। ସେହିଭଳି ଜନ ପୋଷଣ କେନ୍ଦ୍ର ମାଧ୍ୟମରେ ପୁଷ୍ଟିଯୁକ୍ତ ଶସ୍ୟ ଯୋଗାଣ, ସରକାରୀ ସୁଲଭ ମୂଲ୍ୟ ଦୋକାନ ଗୁଡିକର ସୁଦୃଢ଼ୀକରଣ ଏବଂ ହିତାଧିକାରୀ ମାନଙ୍କ ସୁବିଧା ପାଇଁ ଅଧିକରୁ ଅଧିକ ଅନ୍ନପୂର୍ତ୍ତି ତଥା ଶସ୍ୟ ଏଟିଏମ ଖୋଲିବା ଓ ଏହାର ଲୋକପ୍ରିୟତା ବୃଦ୍ଧି ଦିଗରେ ମଧ୍ୟ ଆଲୋଚନା ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking