20.1 C
Bhubaneswar
Monday, February 9, 2026
Homeଓଡିଶାଜାନୁଆରି ୩ରୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଜାନୁଆରି ୩ରୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼: ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା-୨୦୨୫ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ଜାନୁଆରି ୩ ତାରିଖରୁ ଧନୁଯାତ୍ରା ଆରମ୍ଭ ହେବ। ଏକାଦଶ ଦିବସୀୟ ଏହି ମୁକ୍ତାକାଶ ରଂଗମଞ୍ଚ ୧୩ ତାରିଖ ଯାଏଁ ଜାରି ରହିବ। ୧୧ ଦିନ ଧରି ବରଗଡରେ ଚାଲିବ ଏହି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ମହାରାଜ କଂସଙ୍କ ସଂଳାପରେ ପ୍ରକମ୍ପିତ ହେବ ଗଗନ ପବନ। ୧୧ ଦିନ ଧରି ମହାରାଜ କଂସଙ୍କ ରାଜୁତି ଚାଲିବ ବରଗଡରେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧନୁଯାତ୍ରାର ପ୍ରଥମ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ମହାରାଜ କଂସଙ୍କ ସଂଳାପରେ ପ୍ରକମ୍ପିତ ହେବ ଗଗନ ପବନ।

୧୧ ଦିନ ଧରି ମହାରାଜ କଂସଙ୍କ ରାଜୁତି ଚାଲିବ ବରଗଡରେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧନୁଯାତ୍ରାର ପ୍ରଥମ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ୨୦୨୩-୨୪ ଆୟ ବ୍ୟୟ ଖର୍ଚ୍ଚ ବାବଦରେ ଆଲୋଚନା ହୋଇଛି। ଧନୁଯାତ୍ରା କମିଟି ତରଫରୁ ଚଳିତବର୍ଷ ଏହି ଧନୁଯାତ୍ରାକୁ କିଭଳି ସରସ ସୁନ୍ଦର କରାଯିବ ସେନେଇ ସଦସ୍ୟଙ୍କ ସହ ଆଲୋଚନା ସରିଛି। ସବୁ ବିଭାଗ ସମନ୍ୱୟ ରଖି କିଭଳି ଧନୁଯାତ୍ରା ସୂଚାରୁ ରୂପେ ଶେଷ କରାଯିବ ସେନେଇ ପ୍ରଥମ ବୈଠକରେ ଆଲୋଚନା ହୋଇଛି। ଚଳିତବର୍ଷ ମହାରାଜ କଂସ ଭୂମିକାରେ ହୃଷୀକେଶ ଭୋଇ ଅଭିନୟ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking