24.1 C
Bhubaneswar
Tuesday, March 24, 2026
Homeଓଡିଶାସମ୍ ହସ୍ପିଟାଲ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ

ସମ୍ ହସ୍ପିଟାଲ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଜେନେରାଲ ମେଡିସିନ୍ ଓ ଏଣ୍ଡୋକ୍ରିନୋଲୋଜି ବିଭାଗ ପକ୍ଷରୁ ଗୁରୁବାର ଦିନ ହସ୍ପିଟାଲ ପରିସରରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି।
ଚଳିତବର୍ଷ ବିଶ୍ୱ ମଧୁମେହ ଦିବସର ଥିମ୍ ରହିଛି “ଡାଇବେଟିସ୍ ଆଣ୍ଡ ୱେଲବିଙ୍ଗ୍ ଏମ୍‌ପାୱାରଇଂ ଗ୍ଳୋବାଲ୍ ହେଲଥ୍‌”। ଏହାର ଅର୍ଥ ମଧୁମେହ ଏବଂ ସୁସ୍ଥତା ସହ ବିଶ୍ୱ ସ୍ୱାସ୍ଥ୍ୟକୁ ସଶକ୍ତ କରିବା ମୂଳ ଲକ୍ଷ୍ୟ।
ଏହି ଅବସରରେ ମୁଖ୍ୟବକ୍ତା ଭାବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଯୋଗ ଦେଇ କହିଥିଲେ ଯେ ପ୍ରତିବର୍ଷ ଭାରତରେ ୧୨୦ରୁ ୧୩୦ ମିଲିୟନ୍ ଲୋକ ମଧୁମେହ ରୋଗରେ ପୀଡିତ ହେଉଛନ୍ତି। ମଧୁମେହ ରୋଗ ଏକ ସାଘାଂତିକ ରୋଗ ନୁହେଁ। ଲୋକ ମାନେ ଏହି ରୋଗ ବିଷୟରେ ଯେତେ ଶୀଘ୍ର ସଚେତନ ହେବେ ସେତେ ଶୀଘ୍ର ଏହାର ଭୟ ସେମାନଙ୍କର ମନରୁ ଦୂରେଇ ଯିବ। ନିଜର ଜୀବନଶୈଳୀକୁ ପରିବର୍ତନ କରିବା ନିତାନ୍ତ ଆବଶ୍ୟକ। ପ୍ରତ୍ୟେକ ମଣିଷ ମାନସିକ, ଶାରୀରିକ ଓ ଆଧ୍ୟାତ୍ମିକ ସ୍ତରରେ ନିଜକୁ ସୁଦୃଢ କରିବା ଜରୁରୀ  ବୋଲି ପ୍ରଫେସର (ଡାକ୍ତର) ମହାପାତ୍ର କହିଥିଲେ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଯୋଗଦେଇ କହିଥିଲେ ଯେ ଏହି ରୋଗରୁ ଲୋକମାନେ ମୁକ୍ତି ପାଇପାରିବେ ଏବଂ ଏହି ବାର୍ତା ଦେବା ଆମର ମୂଳ ଲକ୍ଷ୍ୟ ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଇଏନ୍‌ଟି ବିଭାଗର ମୁଖ୍ୟ ଓ ଇନ୍‌ଚାର୍ଜ ଡିନ୍ ପ୍ରଫେସର (ଡାକ୍ତର) ସୌମ୍ୟ ରଂଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ମଧୁମେହକୁ ଲୋକମାନେ ନ ଡରି ତାହାର ସାମନା କରିବା ଜରୁରୀ। ଗୋଟେ ଲୋକ ମାନସିକ ଦୁଃଶିନ୍ତାରୁ ନିଜକୁ ମୁକ୍ତ ରଖିବା ସହିତ ଖୁସି ରହିବାକୁ ଚେଷ୍ଟା କରିବା ବୋଲି ପ୍ରଫେସର ଦାସ କହିଥିଲେ।
ଏହି ଅବସରରେ ସମ୍ ହସ୍ପିଟାଲ୍‌ର ଏଣ୍ଡୋକ୍ରାଇନୋଲୋଜି ବିଭାଗର ପ୍ରଫେସର (ଡାକ୍ତର) ଜୟଭାନୁ କନ୍‌ୱର କହିଥିଲେ ଇନ୍‌ସୁଲିନ୍‌ର ଉଦ୍‌ଭାବନ ୧୦୦ ବର୍ଷ ତଳେ ହୋଇଥିଲେ ମଧ୍ୟ ଲୋକମାନେ ଏହାର ବ୍ୟବହାର ସମ୍ପର୍କରେ ଏ ପର୍ଯ୍ୟନ୍ତ ଅବଗତ ହୋଇପାରୁ ନାହାନ୍ତି। ତେଣୁ ମଧୁମେହ ରୋଗର ଆଗୁଆ ଚିହ୍ନଟ, ଚିକିତ୍ସା ଓ ଏହାର ନିରାକରଣ ନିମନ୍ତେ ସଚେତନତା ଜରୁରୀ ବୋଲି ସେ କହିଛନ୍ତି।
ସମ୍ ହସ୍ପିଟାଲ୍‌ର ଜେନେରାଲ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସମୀର ସାହୁ ଯୋଗଦେଇ ନଭେମ୍ବର ୧୪ ତାରିଖ ଦିନ ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ତଥ୍ୟ ପ୍ରଦାନ କରିଥିଲେ। ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଗ୍ରାମାଂଚଳ ଅପେକ୍ଷା ସହରାଂଚଳରେ ଏହାର ମାତ୍ରା ଅଧିକ।  ଉଚିତ୍ ଚିକିତ୍ସା, ସଚେତନତା ଓ ଜୀବନ ଶୈଳୀରେ ପରିବର୍ତନରେ ଏହି ରୋଗର ନିୟନ୍ତ୍ରଣ କରାଯାଇପାରିବ ବୋଲି ପ୍ରଫେସର ସାହୁ କହିଥିଲେ। ଏଣ୍ଡୋକ୍ରାଇନୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଜୟଶ୍ରୀ ସ୍ୱାଇଁ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି ଅବସରରେ ବିଭିନ୍ନ ଆଲୋଚନ ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା।
ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଜେନେରାଲ ମେଡିସିନ୍ ବିଭାଗର ପ୍ରଫେସର (ଡାକ୍ତର) ଲଲିତ ମେହେର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଶେଷରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଜେନେରାଲ ମେଡିସିନ୍ ବିଭାଗର ଡାକ୍ତର ମେଘନାଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ ହସ୍ପିଟାଲ୍‌ର ଜେନେରାଲ ମେଡିସିନ୍ ଓ ଏଣ୍ଡୋକ୍ରିନୋଲୋଜି ବିଭାଗ ପକ୍ଷରୁ ଗୁରୁବାର ସକାଳେ ରକ୍ତଭଣ୍ଡାର ଠାରୁ କଳିଙ୍ଗ ଷ୍ଟୁଡିଓ ଛକ ପର୍ଯ୍ୟନ୍ତ ବିଶ୍ୱ ମଧୁମେହ ଦିବସ ପାଳନ ଉପଲକ୍ଷେ ୱାକାଥନ୍ ଓ ସଚେତନତା ରାଲି ମଧ୍ୟ କରାଯାଇଥିଲା। ଏହାର ମୂଳଲକ୍ଷ୍ୟ ଥିଲା ଲୋକଙ୍କୁ ମଧୁମେହ ରୋଗ ସମ୍ପର୍କରେ ସଚେତନ କରାଇବା। ଏହି ସଚେତନତା ରାଲିରେ ୨୦୦ରୁ ଉର୍ଦ୍ଧ୍ୱ ଡାକ୍ତର, ଛାତ୍ରଛାତ୍ରୀ, ନର୍ସ ଏବଂ ଅନ୍ୟାନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking