27.1 C
Bhubaneswar
Sunday, March 15, 2026
Homeଓଡିଶାବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳିତ: ‘ନିରାପଦ ଉତ୍ପାଦ, ଆତ୍ମବିଶ୍ୱାସୀ ଗ୍ରାହକ।'

ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳିତ: ‘ନିରାପଦ ଉତ୍ପାଦ, ଆତ୍ମବିଶ୍ୱାସୀ ଗ୍ରାହକ।’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ-୨୦୨୬ର ରାଜ୍ୟସ୍ତରୀୟ ଉତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ​ଏହି ଉତ୍ସବରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ବିଶିକେଶନ ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ, ୨୦୨୬ ପାଳନ କରିବାର ଆଭିମୁଖ୍ୟ ସହ ପରିବର୍ତ୍ତନଶୀଳ ଡିଜିଟାଲ ଦୁନିଆରେ ଉପଭୋକ୍ତା ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ଅନ୍ତର୍ଦୃଷ୍ଟି ପ୍ରଦାନ କରିବା ସହିତ ଉପଭୋକ୍ତାମାନେ ଜାଗ୍ରତ ହେବାକୁ ଓ ପରାମର୍ଶ ଦେଇଥିଲେ। ଆବଶ୍ୟକ ସ୍ଥଳେ ଖାଉଟି ନ୍ୟାୟାଳୟର ଆଶ୍ରୟ ନେବାକୁ କହିଥିଲେ।

ଖୋର୍ଦ୍ଧା​ଜିଲ୍ଲା ଖାଉଟି ବିବାଦ ପ୍ରତିକାର ଆୟୋଗର ସଦସ୍ୟା ସୁଶ୍ରୀ ଶୁଭଲକ୍ଷ୍ମୀ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ତଥା ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗଗୁଡ଼ିକର କାର୍ଯ୍ୟକାରିତା ବୃଦ୍ଧି କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ ଓ ଏକ ଜାଗ୍ରତ ଉପଭୋକ୍ତା ସମାଜ ଗଠନ ଦିଗରେ ମଜଭୁତ ହେବା ପାଇଁ ପରାମର୍ଶ ଦେଇଥିଲେ ।ଉପଭୋକ୍ତା ଦିବସର ବିଷୟବସ୍ତୁ “ନିରାପଦ ଉତ୍ପାଦ, ଆତ୍ମବିଶ୍ୱାସୀ ଗ୍ରାହକ ” ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଏସ ଆଇ ସି ଏ (ସିକା )ତରଫରୁ ପ୍ରକାଶିତ ହେଉଥିବା “ଖାଉଟି ବାର୍ତ୍ତା ” ପତ୍ରିକାର ଉନ୍ମୋଚନ ହୋଇଥିଲା ଓ ବିଭାଗ ତରଫରୁ ଆୟୋଜିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ବିଭାଗର କର୍ମଚାରୀ ମାନଙ୍କ ଦ୍ୱାରା ନାଟକ “ସାବଧାନ ସୌଦାଗର ” ମଞ୍ଚସ୍ଥ ହେଇଥିଲା। ​ପରିଶେଷରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅନୁଶାସନ ସଚିବ ଶ୍ରୀଯୁକ୍ତ ମନୋଜ କୁମାର ପଟ୍ଟନାୟକ ଉପଭୋକ୍ତା ଅଧିକାର, ଆଇନ ଓ ସଚେତନତା ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking