24.1 C
Bhubaneswar
Tuesday, March 24, 2026
Homeଓଡିଶାଭୁବନେଶ୍ୱରରେ ହେବ ବିଶ୍ୱସ୍ତରୀୟ ‘ଏକ୍‌ଜିବିସନ ସେଣ୍ଟର’

ଭୁବନେଶ୍ୱରରେ ହେବ ବିଶ୍ୱସ୍ତରୀୟ ‘ଏକ୍‌ଜିବିସନ ସେଣ୍ଟର’

– ୫ ବର୍ଷରେ ୫ ଲକ୍ଷ କୋଟି ପୁଞ୍ଜି ନିବେଶ ଲକ୍ଷ୍ୟ
– ଜାନୁଆରୀରେ ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି

ଭୁବନେଶ୍ୱର: ଆଗାମୀ ୫ ବର୍ଷରେ ଓଡ଼ିଶାରେ ୫ ଲକ୍ଷ କୋଟି ପୁଞ୍ଜି ନିବେଶ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ରାଜ୍ୟକୁ ରାଜସ୍ୱ ମିଳିବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆମେ ନୂଆ ଓଡ଼ିଶା ଗଠନ ପାଇଁ ପୁଞ୍ଜିନିବେଶ କରିବାକୁ ଆମେ ବିଶ୍ୱକୁ ଆମନ୍ତ୍ରଣ କରୁଛୁ। ଜାନୁଆରୀରେ ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି ଏବଂ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ‘ଏକ୍‌ଜିବିସନ ସେଣ୍ଟର’ ନିର୍ମାଣ କରାଯିବ।

ସିଙ୍ଗାପୁର ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫେରିବା ପରେ ଗୁରୁବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସଂମ୍ପଦ ସ୍ୱାଇଁ। ସେ କହିଛନ୍ତି ଯେ, ପୁଞ୍ଜିନିବେଶ ପାଇଁ ଓଡ଼ିଶା ଏବେ ଏକ ପ୍ରକୃଷ୍ଟ କ୍ଷେତ୍ର। ଶିଳ୍ପ ପ୍ରତିଷ୍ଠା ପାଇଁ ଏକାଧିକ ଶିଳ୍ପ ସଂସ୍ଥା ସହ ଆଲୋଚନା କରାଯାଇଛି। ବିଶେଷକରି ସିପିଂ, ରାସାୟନିକ ପଦାର୍ଥ, ଫୁଡ୍ ପ୍ରୋସେସିଂ, ଗ୍ରୀନ୍ ଏନର୍ଜି, ଆଇଟି ପ୍ଲାଷ୍ଟିକ, ବସ୍ତ୍ର, ନବୀକରଣ ଯୋଗ୍ୟ ଶକ୍ତି, ପ୍ଲାଷ୍ଟିକ୍‌, ଭିତ୍ତିଭୂମି ବିକାଶ ଓ ପେଟ୍ରୋ କେମିକାଲ କ୍ଷେତ୍ରରେ ପୁଞ୍ଜିନିବେଶକୁ ପ୍ରାଥମିକତା ଦିଆଯାଇଛି। ଏଥିସହ ଓଡ଼ିଶାର ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ଭିତ୍ତିଭୂମି ବିକାଶ ପାଇଁ ପିଇପିର ଅଭିଜ୍ଞତାକୁ ଉପଯୋଗ କରିବା ଉପରେ ଆଲୋଚନା କରାଯାଇଛି। ଓଡ଼ିଶାର ଶିଳ୍ପ ଓ ସହରାଞ୍ଚଳ ଇକୋସିଷ୍ଟମରେ ସାମ୍ଭାବ୍ୟ ସହଯୋଗ ଉପରେ ବି ଗୁରୁତ୍ୱ ଦିଆଯାଇଛି। ଜାହାଜ ପୁନଃ ବ୍ୟବହାର, କଣ୍ଟେନର ଉତ୍ପାଦନ ଏବଂ ବନ୍ଦର ଭିତ୍ତିକ ଶିଳ୍ପ ଭିତ୍ତିଭୂମି ବିକାଶ ବାବଦରେ ଆଲୋଚନା ହୋଇଛି।

ମନ୍ତ୍ରୀ କହିଥିଲେ, ବହୁ ସଂଖ୍ୟାରେ ଦେଶ ବିଦେଶରୁ ନାମୀ ଦାମୀ ପୁଞ୍ଜିନିବେଶକାରୀ ରାଜ୍ୟପ୍ରତି ଆକୃଷ୍ଟ ହୋଇଛନ୍ତି। ଆଗାମୀ ୨୦୨୫ ଜାନୁଆରୀ ୨୮ ଓ ୨୯ରେ ‘ଉତ୍କର୍ଷ ଓଡ଼ିଶା : ମେକ୍ ଇନ୍ ଓଡ଼ିଶା ୨୦୨୫’ କନ୍‌କ୍ଲେଭ୍ ଅନୁଷ୍ଠିତ ହେବ। ତେଣୁ ଓଡ଼ିଶା ବିକାଶରେ ପ୍ରବାସୀ ଓଡ଼ିଆ ସାମିଲ ହୁଅନ୍ତୁ ବୋଲି ସିଙ୍ଗାପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆମନ୍ତ୍ରଣ କରିଛନ୍ତି। ତେଣୁ ସିଙ୍ଗାପୁର ଗସ୍ତ ଗସ୍ତ ସଫଳ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking