19.1 C
Bhubaneswar
Friday, February 6, 2026
Homeଓଡିଶାଓସାକ୍ସ ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ପାଳିତ

ଓସାକ୍ସ ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ପାଳିତ

ଭୁବନେଶ୍ୱର:  ଏଡ଼ସ ରୋଗ ନିୟନ୍ତ୍ରଣ କରିବାକୁ ଜନସଚେତନତା ଆବଶ୍ୟକ । ଏଥି ନିମନ୍ତେ ଅନେକ କାର୍ଯ୍ୟକ୍ରମ ବିଭିନ୍ନ ସ୍ତରରେ କରାଯାଉଛି । ଏହି କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚିଲେ ମୂଳ ଉଦ୍ଦେଶ୍ୟ ସାଧିତ ହେବ ଏବଂ ଏଡ୍ସ କୁ ସମୂଳ ନିୟନ୍ତ୍ରଣ କରିବାକୁ ସଫଳ ହେବା ବୋଲି ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ବିଶ୍ୱ ଏଡ଼ସ ଦିବସ କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତଙ୍କୁ ଉଦବୋଧନ ଦେଇଛନ୍ତି ।
ବିଶ୍ୱ ଏଡ଼ସ୍ ଦିବସ ଅବସରରେ କ୍ୟାପିଟାଲ ହସ୍ପିଟାଲ ଠାରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ସଚେତନତା ରାଲିରେ ସାମିଲ ହୋଇ ସେ କହିଥିଲେ ଯେ,” ଏହି ରୋଗର ନିୟନ୍ତ୍ରଣ ପାଇଁ ଅଧିକରୁ ଅଧିକ ଜନ ସଚେତନତା ସୃଷ୍ଟି କରିବା ସହ ପୀଡ଼ିତ ରୋଗୀଙ୍କୁ ଘୃଣା ନ କରି ଆବଶ୍ୟକୀୟ ଚିକିତ୍ସା ସୁନିଶ୍ଚିତ କରିବା ଆବଶ୍ୟକ ।” ସୂଚନା ଯୋଗ୍ୟ ଯେ, ବିଶ୍ୱ ଏଡ଼ସ ଦିବସ “ବିଭ୍ରାଟକୁ ଦୂର କରିବା, ଏଡସ୍ ପ୍ରତିକ୍ରିୟାକୁ ରୂପାନ୍ତରିତ କରିବା” ଥିମ ରେ ଏଥର କାର୍ଯ୍ୟକ୍ରମ କରାଯାଉଛି | ଏହି ସଚେତନତା ରାଲିରେ ମାନ୍ୟବର କୋଟପାଡ଼ ବିଧାୟକ ଶ୍ରୀ ରୁପୁ ଭତ୍ରା,ମାନ୍ୟବର ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ମାଡ଼କାମୀ, ମାନ୍ୟବର ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ମାନ୍ୟବର କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷଣ ବାଗ, ବିଭାଗ ର ସଚିବ ଅସ୍ୱଥି ଏସ, ବିଭାଗୀୟ ନିର୍ଦେଶକ ଡା. ନୀଳକଣ୍ଠ ମିଶ୍ରଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ ଓ ଓସାକ୍ସର ଅଧିକାରୀ ଓ କର୍ମକର୍ତ୍ତା , ଯୁବକ ଯୁବତୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking