24.1 C
Bhubaneswar
Friday, February 13, 2026
Homeଓଡିଶାପଲିଟେକ୍ନିକ୍ସ ଶିକ୍ଷାରେ ଏ.ଆଇ. ର ଉପାଦେୟତା ସମ୍ପର୍କିତ କର୍ମଶାଳା

ପଲିଟେକ୍ନିକ୍ସ ଶିକ୍ଷାରେ ଏ.ଆଇ. ର ଉପାଦେୟତା ସମ୍ପର୍କିତ କର୍ମଶାଳା

ଭୁବନେଶ୍ୱର: ଭୁବନେଶ୍ବର ସରକାରୀ ପଲିଟେକ୍ନିକରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର କମିଶନର-ତଥା-ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆଙ୍କ ଦ୍ୱାରା “ପଲିଟେକ୍ନିକ୍ ଶିକ୍ଷାରେ ଏଆଇ” ଶୀର୍ଷକ ଏକ କର୍ମଶାଳା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ପୁନିଆ କହିଥିଲେ ଯେ, ପରିବର୍ତ୍ତନଶୀଳ ଚାକିରି ବଜାରରେ ପ୍ରତିଯୋଗିତାମୂଳକ ରହିବା ପାଇଁ କୃତ୍ରିମ ବୁଦ୍ଧିମତା ବା ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’କୁ ବୁଝିବା ଗୁରୁତ୍ୱପୂର୍ଣ୍ଣ। ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉନ୍ନତ ପ୍ରଯୁକ୍ତି ବିଦ୍ୟା ଦକ୍ଷତାକୁ ସୁଦୃଢ କରିବା ଦିଗରେ ସରକାର ସମସ୍ତ ସହାୟତା ଜାରି ରଖିବେ ବୋଲି ସେ କହିଛନ୍ତି। କର୍ମଶାଳାରେ ଦୁଇଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଧିବେଶନରେ “ଏଆଇ ଫର୍ ସ୍ମାର୍ଟ ଆଣ୍ଡ ସଷ୍ଟେନେବଲ ହ୍ୟୁମାନିଟି” ବିଷୟବସ୍ତୁ ଉପରେ ଆଇଆଇଏମଟି ଭୁବନେଶ୍ୱରର ପ୍ରତିଷ୍ଠାତା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଶ୍ରୀକାନ୍ତ ପଟ୍ଟନାୟକ ନିଜର ବକ୍ତବ୍ୟ ରଖିଥିଲେ। ସେ ସୃଜନଶୀଳତା ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ଏଆଇର ଭୂମିକା ଉପରେ ଆଲୋକପାତ କରିଥିଲେ। ସେହିପରି ଦ୍ବିତୀୟ ଅଧିବେଶନରେ “କ୍ୟାରିୟର୍ସ, ଫ୍ୟୁଚର ଟ୍ରେଣ୍ଡସ ଆଣ୍ଡ ଅପର୍ଚୁନିଟିଜ ଇନ୍ ଏଆଇ” ବିଷୟରେ ମାଇଁ ଉମ୍ଫ ନେଟଓ୍ବର୍କସ ପ୍ରାଇଭେଟ୍ ଲିମିଟେଡର ମିସମ ହାଇଦର ଆଲୋଚନା କରିଥିଲେ। ସେ ଏଆଇ କ୍ଷେତ୍ରରେ ଉଦୀୟମାନ ନିଯୁକ୍ତି ସୁଯୋଗ ଏବଂ ଶିଳ୍ପ ଜଗତର ଆବଶ୍ୟକତା ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ୮୦ରୁ ଅଧିକ ଡିପ୍ଲୋମା ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ ଏଆଇ ଟୁଲ୍ସ, ବିଭିନ୍ନ ଇଞ୍ଜିନିୟରିଂ ଶାଖାରେ ଏହାର ପ୍ରୟୋଗ, ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଏବଂ ଭବିଷ୍ୟତର କ୍ୟାରିୟର ସୁଯୋଗ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ସରକାରୀ ପଲିଟେକ୍ନିକର ଅଧ୍ୟକ୍ଷ ଏବଂ ଅଧ୍ୟାପକମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking