ଭୁବନେଶ୍ୱର: ରାଜ୍ୟ ଜଳ ସୂଚନାବିଜ୍ଞାନ କେନ୍ଦ୍ର (ଏସଡବ୍ଲୁଆଇସି)ଏବଂ ଭୁବନେଶ୍ୱର ଆଇଆଇଟି ସହଯୋଗରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ର ବ୍ୟବହାର କରି ଜଳ ସମ୍ପଦରପରିଚାଳନା ଏବଂ ତଥ୍ୟ ସଂଚାରଣଓ ଡିଜିଟାଇଜେସନର ଶ୍ରେଷ୍ଠ ଅଭ୍ୟାସ ଅବଲମ୍ବନ କରିବା ସଂପର୍କିତ ଏକ ବୈଷୟିକ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଉଦ୍ଘାଟନ କରିବା ସହିତ ଜଳ ସମ୍ପଦ ପରିଚାଳନା କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାର ସମାଧାନ ପାଇଁ ବୈଷୟିକ ଜ୍ଞାନକୌଶଳକୁ ସମନ୍ୱିତ କରିବା ଏବଂ ବୁଦ୍ଧିମାନ ତଥ୍ୟ ପ୍ରଣାଳୀର ଗୁରୁତ୍ୱ ରହିଥିବା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଉନ୍ନୟନ କମିଶନର କହିଛନ୍ତି ଯେ, “ଆମେ “ବିକଶିତଓଡିଶା@୨୦୩୬” ଏବଂ “ବିକଶିତଭାରତ@୨୦୪୭” ପାଇଁ “ଭିଜନ ଡକ୍ୟୁମେଣ୍ଟ” ପ୍ରସ୍ତୁତକରୁଛୁ, ଏବଂ ସେଥିରେ ଆମେବିଭିନ୍ନଅଧ୍ୟାୟକୁଦେଖୁଛୁ, ତନ୍ମଧ୍ୟରୁ ମହିଳାନେତୃତ୍ୱାଧିନବିକାଶ ହେଉ ବାଓଡ଼ିଶାରେ ଜଳବାୟୁପରିବର୍ତ୍ତନ ଏବଂସୁଶାସନରେ ଆଇଟିର ପ୍ରୟୋଗ ହେଉ, ସବୁଥିରେ ଡିଜିଟାଇଜେସନଏବଂତଥ୍ୟପରିଚାଳନାଏକଗୁରୁତ୍ୱପୂର୍ଣ୍ଣଭୂମିକାଗ୍ରହଣ କରୁଛି ।ଏହିପ୍ରସଙ୍ଗରେ, ପ୍ରତ୍ୟେକବିଭାଗନିଜ ନିଜର ବିଭାଗର ଦକ୍ଷତା ବୃଦ୍ଧି କରିବା ପାଇଁ ଏଆଇ ଉପଯୋଗର ଆବଶ୍ୟକତା ରହିଥିବା ସଂପର୍କରେ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଥିଲେ ।
ଜଳ ପରିଚାଳନାରେ ସକ୍ରିୟ ଅଂଶୀଦାର, ବିଶେଷଜ୍ଞ ଏବଂ ଅଧିକାରୀମାନଙ୍କୁ ବୈଷୟିକ ଓ ସଂସ୍ଥାଗତ ଦକ୍ଷତାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କର୍ମଶାଳା, କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଏଆଇ ସାଧନଗୁଡ଼ିକର ବ୍ୟବହାରକୁ ପ୍ରୋତ୍ସାହିତ କରିବା, ଜଳ ସମ୍ପଦ କ୍ଷେତ୍ରରେ ଡାଟା(ତଥ୍ୟ) ଆଧାରିତ ଯୋଜନା , ଦକ୍ଷ ନିରୀକ୍ଷଣ ଓ ସୂଚନାଭିତ୍ତିକ ନିଷ୍ପତ୍ତି ନେଇ ଶ୍ରେଷ୍ଠ ଅଭ୍ୟାସ ଅବଲମ୍ବନ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି । ଏହିକର୍ମଶାଳାଜଳପରିଚାଳନାକ୍ଷେତ୍ରରେରାଜ୍ୟରଆଭିମୁଖ୍ୟକୁଜାତୀୟବିକାଶଲକ୍ଷ୍ୟଓବିଶ୍ୱରସର୍ବୋତ୍ତମଅଭ୍ୟାସଆଭିମୁଖ୍ୟସହିତସଂଯୋଜିତକରିବାରସୁଯୋଗପ୍ରଦାନକରିଛି।
କର୍ମଶାଳାରେ (ଏସଡବ୍ଲୁଆଇସି)ର ନିର୍ଦ୍ଦେଶକ ଇଂ. କୃଷ୍ଣ ଚନ୍ଦ୍ର ମହାନ୍ତି ଯୋଗଦେଇ ଜଳ ସମ୍ପଦର ସ୍ଥାୟୀ ଓ ସମାନତା ଭିତ୍ତିରେ ପରିଚାଳନା ନିଶ୍ଚିତ କରିବା ପାଇଁ ତଥ୍ୟ ଆଧାରିତ ପରିଚାଳନା ମଡେଲ୍ ର ଆବଶ୍ୟକତା ସଂପର୍କରେ ଗୁରୁତ୍ୱାରୋପ କରିଥିଲେ । ଜଳସଂପର୍କିତତଥ୍ୟଏବଂଯୋଜନାନୀତିପ୍ରୟୋଗରେଏହାରପ୍ରୟୋଗପାଇଁରାଜ୍ୟଜଳସୂଚନାବିଜ୍ଞାନକେନ୍ଦ୍ରଏକଜ୍ଞାନକେନ୍ଦ୍ରଭାବେଭୂମିକାନିର୍ବାହକରିବବୋଲିଗୁରୁତ୍ୱଦିଆଯାଇଛି।ଉଦଘାଟନୀ ଅଧିବେଶନରେ ଅନ୍ୟମାନଙ୍କ ମଧ୍ୟରେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଡଃ. ଚନ୍ଦ୍ରଶେଖର ପାଢୀ, ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ(ଆଇଆଇଡବ୍ଲୁଏମ)ର ନିର୍ଦ୍ଦେଶକ ଇଂ. ଏ. ଷଡ଼ଙ୍ଗୀ, କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ନିର୍ଦ୍ଦେଶକ ଡଃ. ବି.କେ ସାହୁ ପ୍ରମୁଖ ଯୋଗଦେଇ ବିଷୟ ପ୍ରସଙ୍ଗରେ ଉପସ୍ଥାପନ କରିଥିଲେ । ଅନୁଷ୍ଠିତକର୍ମଶାଳାରେଏସଡବ୍ଲୁଆଇସିଓଆଇଆଇଟିଭୁବନେଶ୍ୱରସହିତଏହିମୂଲ୍ୟବାନଆଲୋଚନାଓପ୍ରଶିକ୍ଷଣପଦକ୍ଷେପ, ଏଥିରେଅଂଶଗ୍ରହଣକରିଥିବାଅଂଶୀଦାରଅନୁଷ୍ଠାନତଥାବିଭାଗରସମସ୍ତଇଂଜିନିଅର, ଡାଟାମ୍ୟାନେଜର, ଆଇ.ଟି. ପେଶାଦାର ଏବଂଯୋଜନାପ୍ରସ୍ତୁତକାରୀଙ୍କୁଜ୍ଞାନଆହରଣକରିବାଓସର୍ବୋତ୍ତମଅଭ୍ୟାସଗୁଡିକୁସମାନ୍ତରାଳଭାବେବିଭିନ୍ନବିଭାଗରେପ୍ରୟୋଗକରାଯାଇପାରିବ, ସେସଂପର୍କରେଆଲୋଚନାକରାଯାଇଥିଲା।