19.1 C
Bhubaneswar
Sunday, February 15, 2026
Homeଓଡିଶାହାତୀ ଆକ୍ରମଣରେ ଶ୍ରମିକ ଗୁରୁତର

ହାତୀ ଆକ୍ରମଣରେ ଶ୍ରମିକ ଗୁରୁତର

ଭଂଜନଗର: ଦନ୍ତାହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ। ଗଂଜାମ ଜିଲ୍ଲା ଭଂଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବେଲଗୁଣ୍ଠା-ବାଲିପଦର ମୁଖ୍ୟ ରାସ୍ତାର କିରାପଲ୍ଲୀ ଗାଁ ନିକଟରେ ଦନ୍ତାହାତୀର ଉପଦ୍ରବ। ରାସ୍ତାକଡରେ ପାଇପ୍ ବିଛାଉଥିବା ଶ୍ରମିକ ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ପ୍ରଥମେ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଶ୍ରମିକଙ୍କ ଗୋଡ଼ହାତ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ହୋଇଛି। ଆହତ ଶ୍ରମିକ ଜଣକଆନ୍ଧ୍ରପ୍ରଦେଶ ସାମଲକୋଟା ଅଞ୍ଚଳର ମହମ୍ମଦ ଜାଫର ବୋଲି ଜଣା ପଡିଛି। ବନବିଭାଗମେଡିକାଲରେ ପହଞ୍ଚିଆହତ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ନେଇବନଖଣ୍ଡ ଅଧିକାରୀ ସୂଚନାଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking