26.1 C
Bhubaneswar
Friday, January 16, 2026
Homeଓଡିଶାନିର୍ମାଣସ୍ଥଳରେ ଶ୍ରମିକଙ୍କୁ ହତ୍ୟା

ନିର୍ମାଣସ୍ଥଳରେ ଶ୍ରମିକଙ୍କୁ ହତ୍ୟା

କଳାହାଣ୍ଡି: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ଟକାରୁମାଲ ବଜାର ପଡ଼ିଆ ନିକଟରେ ଗୁରୁବାର ରାତିରେ ନିର୍ମାଣସ୍ଥଳରେ ଜନୈକ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହୋଇଛି। ସୂଚନାନୁଯାୟୀ, ଆର୍‌ଏମ୍‌ସି ପକ୍ଷରୁ ଠିକାଦାରଙ୍କ ଦ୍ୱାରା ଧାନ ପିଣ୍ଡି ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏଥିରେ ନିୟୋଜିତ ସୁବର୍ଣ୍ଣପୁର ଜିଲା ଏସ୍‌.ରାମପୁର ଥାନା ତେଲିପାଲି ଗ୍ରାମର ଶ୍ରମିକ ରସିକ ଛତର(୪୦) ଓ ବରଗଡ଼ ଜିଲା ବରପାଲି ଥାନା ଖେମେସରା ଗ୍ରାମର ରସିକ ଭୋଇ( ୫୦)ଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା।  ଏଥିରେ ଉତ୍‌କ୍ଷିପ୍ତ ହୋଇ ରସିକ ଭୋଇ ରସିକ ଛତରଙ୍କୁ ମାଡ଼ ମାରି ହତ୍ୟା କରିଥିବା ଫାଣ୍ଡି ଅଧିକାରୀ ଥବିର ବରିହା ତାଙ୍କର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି କହିବା ସହ ରସିକ ଭୋଇଙ୍କୁ ମ. ରମପୁର ଥାନାରେ ଅଟକ ରଖାଯାଇଛି। ମୃତକଙ୍କ ପରିବାର ଆସିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ସେ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking