17.1 C
Bhubaneswar
Sunday, December 7, 2025
Homeଓଡିଶାଖଣିରେ ଡ୍ରିଲିଂ ବେଳେ ଶ୍ରମିକ ମୃତ

ଖଣିରେ ଡ୍ରିଲିଂ ବେଳେ ଶ୍ରମିକ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ମୁଗୁନି ପଥର ଖଣିରେ ଡ୍ରିଲିଂ ବେଳେ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ଖଣିରେ ଡ୍ରିଲ୍‌  କରିବା ବେଳେ ବିଟ୍ ଭାଙ୍ଗା ପେଟରେ ପଶିଯିବାରୁ ମୃତ୍ୟୁ ଘଟିଛି । ନିହଲ ପ୍ରସାଦ ଥାନା ଲହଡା ସ୍ଥିତ କଳା ମୁଗୁନି ପଥର ଖଣିରେ ଘଟିଛି ଏହି ଅଘଟଣ । ବେଆଇନ ଭାବେ ଦୀର୍ଘ ଦିନ ଧରି ଖଣିରେ ବ୍ଲାଷ୍ଟିଂ ଚାଲିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking