17.1 C
Bhubaneswar
Tuesday, February 3, 2026
Homeଓଡିଶାଡ୍ରେନ୍‌ରେ ପଡି ଶ୍ରମିକ ମୃତ

ଡ୍ରେନ୍‌ରେ ପଡି ଶ୍ରମିକ ମୃତ

ଦଶପଲ୍ଲା: ଡ୍ରେନରେ ପଡି ଶ୍ରମିକ ମୃତ । ଦଶପଲ୍ଲା ଏନଏସି ଅନ୍ତର୍ଗତ ସାଇ ମନ୍ଦିର ନିକଟରେ ଏହି ଘଟଣା ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କୁ କୃଷ୍ଣଚନ୍ଦ୍ର ପାଟଣା ଗ୍ରାମର ରବି ନାହାକ (୪୧ ବର୍ଷ) ବୋଲି ଚିହ୍ନଟ କରାଯାଇଛିସେ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସୋମବାର ବିଳମ୍ବିତ ରାତିରେ ସେ ଘରକୁ ଫେରୁଥିବା ବେଳେ ଅସାବଧାନତା ଯୋଗୁଁ ଡ୍ରେନରେ ମୁହଁ ମାଡି ଖସି ପଡିଥିଲେ। ଫଳରେ ତାଙ୍କ ମୁହଁ ଆଖି ଓ ମୁଣ୍ଡରେ ଗଭୀର ଆଘାତ ଲାଗି ଜୀବନ ଚାଲି ଯାଇଥିଲା। ସେହି ରାସ୍ତାରେ ଗାଁ ଲୋକ ଯିବା ସମୟରେ ଡ୍ରେନ୍ ଭିତରେ ରବି ପଡି ରହିଥିବା ଦେଖିଥିଲେ । ପରିବାର ଲୋକ ଓ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଏ ସମ୍ପର୍କରେ ପରିବାର ଲୋକ ଦଶପଲ୍ଲା ଥାନାକୁ ଜଣାଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଏ ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking