23.1 C
Bhubaneswar
Thursday, December 25, 2025
Homeଓଡିଶାବାଂଲାଦେଶୀ ସନ୍ଦେହରେ ଶ୍ରମିକଙ୍କୁ ପିଟିପିଟି ହତ୍ୟା !

ବାଂଲାଦେଶୀ ସନ୍ଦେହରେ ଶ୍ରମିକଙ୍କୁ ପିଟିପିଟି ହତ୍ୟା !

ବାଂଲାଦେଶୀ: ବାଂଲାଦେଶୀ ସନ୍ଦେହରେ ଶ୍ରମିକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ ହୋଇଛି । ସମ୍ବଲପୁର ସହରରେ ବାଂଲାଦେଶୀ ସନ୍ଦେହରେ ଜଣେ ବଙ୍ଗାଳୀ ଶ୍ରମିକଙ୍କୁ ୪ ଜଣ ବ୍ୟକ୍ତି ପିଟିପିଟି ହତ୍ୟା କରିଥିବା ଭଳି ଗୁରୁତର ଅଭିଯୋଗ ହୋଇଛି । ମୃତକ ଜଣକ ପଶ୍ଚିମବଙ୍ଗର ୩୦ ବର୍ଷୀୟ ଜୁଏଲ ଶେଖ । ୨ ଜଣ ଶ୍ରମିକଙ୍କ ଉପରେ ଆକ୍ରମଣ ପରେ ସେମାନଙ୍କୁ ସମ୍ବଲପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏସଡିପିଓ ତୋଫାନ ବାଗ କହିଛନ୍ତି, ହତ୍ୟାର କାରଣ ବାଂଲାଦେଶୀ ସନ୍ଦେହରୁ ହୋଇଛି ନା ଅନ୍ୟ କାରଣରୁ ତାହା ଜଣା ପଡିନାହିଁ । ପୋଲିସ ସୂଚନା ଅନୁସାରେ , ବୁଧବାର ସଂଧ୍ୟାରେ କିଛି ଶ୍ରମିକ କାର୍ଯ୍ୟ ସାରି ବିଡି ପିଉଥିଲେ । ସେଠାରେ ଉପସ୍ଥିତ କିଛି ବ୍ୟକ୍ତି ସେମାନେ କେଉଁଠୁ ଆସିଛନ୍ତି ବୋଲି ପଚାରି ଆଧାରକାର୍ଡ ଦେଖାଇବାକୁ କହିଥିଲେ । ଏହାପରେ ଅଚାନକ ଜୁଏଲ ଶେଖ ଉପରେ ସାମୁହିକ ଆକ୍ରମଣ ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ସଦର ଡାକ୍ତରଖାନାକୁ ଅଣାଯିବା ବେଳେ ମୃତ୍ୟୁ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking