19.1 C
Bhubaneswar
Wednesday, December 25, 2024
Homeଦେଶ ବିଦେଶନକଲି ଡିଗ୍ରୀରେ କରୁଥିଲେ ବର୍ଷ ବର୍ଷ ଧରି ଚାକିରି

ନକଲି ଡିଗ୍ରୀରେ କରୁଥିଲେ ବର୍ଷ ବର୍ଷ ଧରି ଚାକିରି

ନୂଆଦିଲ୍ଲୀ : ଦୁଇ ପାକିସ୍ତାନୀ  ପାଇଲଟ  ନକଲି ଡିଗ୍ରୀରେ  ଅନେକ ବର୍ଷ ଧରି ପାକିସ୍ତାନ  ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ରେ କାମ କରୁଥିଲେ ।  ଉଭୟ ପାଇଲଟ  ବର୍ଷ ବର୍ଷ ଧରି  ବିମାନ ସେବାରେ କାମ କରୁଥିଲେ ।   ତାପରେ କିଛି କାରଣରୁ ନିଜ ଇଛାରେ ଚାକିରୀ ଛାଡିଥିଲେ ।   ଏହି ଠକେଇ ସମ୍ପର୍କରେ   ପାକିସ୍ତାନର  ଫେଡେରାଲ  ଇନଭେଷ୍ଟିଗେସନ  ଏଜେନ୍ତି  ମଙ୍ଗଳବାର ସୂଚନା ଦେଇଛନ୍ତି ।  ସେମାନଙ୍କ ଉପରେ ଜୋରିମାନା ଲାଗୁ କରାଯାଇଛି ।  ୧୯୯୫ରେ  କାଶାନ ଆଇଜାଜ ଦୋଡି ନାମକ  ଜଣେ ପାଇଲଟ  ପିଆଇଏରେ ଯୋଗ ଦେଇଥିଲେ ।  ମୋହସିଲ  ଅଲି ନାମକ ଜଣେ ପାଇଲଟ  ୨୦୦୬ରେ  ବିମାନ ସେବା  ସହିତ କାଯ୍ୟ ଆରମ୍ଭ କରିଥିଲେ ।  ୨୦୨୨ ମସିହାରେ  ଉଭୟଙ୍କ ବିରୋଧରେ  ଏକ ମାମଲା ରୁଜୁ ହୋଇଥିଲା ।  ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ପାଇଲଟ ଏବଂ ଇଞ୍ଜିନିୟରଙ୍କ ସମେତ ୬୫୮ ଜଣ କର୍ମଚାରୀଙ୍କୁ ନକଲି ଶିକ୍ଷାଗତ ଯୋଗ୍ୟତା ଏବଂ ସନ୍ଦେହ ଜନକ  ଲାଇସେନ୍ସ  ସହିତ  ୨୦୦୮ ରୁ ୨୦୧୮ ମଧ୍ୟରେ ନିଯୁକ୍ତି ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking