19.1 C
Bhubaneswar
Friday, February 13, 2026
Homeଦେଶ ବିଦେଶକାମ ଚାପ: ଜୀବନ ହାରିଲେ ସଫ୍ଟୱେୟର ଇଞ୍ଜିନିୟର

କାମ ଚାପ: ଜୀବନ ହାରିଲେ ସଫ୍ଟୱେୟର ଇଞ୍ଜିନିୟର

ଚେନ୍ନାଇ : କାର୍ଯ୍ୟକ୍ଷେତ୍ରରେ ଡିପ୍ରେସନ ଆଉ ଏକ ମୁଖ୍ୟ ସମସ୍ୟା ପାଲଟିଲାଣି। ନିକଟରେ ଜଣେ ଯୁବତୀ ଅତ୍ୟଧିକ କାମ ଚାପ କାରଣରୁ ପ୍ରାଣ ହରାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିବା ବେଳେ ଚେନ୍ନାଇର ଜଣେ ଜଣେ ୩୮ ବର୍ଷିୟ ସଫ୍ଟୱେୟର ଇଞ୍ଜିନିୟର ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି।

ମୃତକ ହେଉଛନ୍ତି କାର୍ତ୍ତିକେୟନ। ସେ ବିଦ୍ୟୁତ ତାରକୁ ନିଜ ଦେହରେ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତଦେହ ଶରୀରରେ ତାର ଗୁଡା ଯାଇଥିବାରୁ ସେ ଏହା ଅନୁମାନ କରାଯାଉଛି। ପୁଲିସ ମୃତଦେହ ଜବତ କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି। ସୂଚନା ଅନୁସାରେ, କାର୍ତ୍ତିକେୟନଙ୍କ ଘର ତାମିଲନାଡ଼ୁରେ। ସେ ଚେନ୍ନାଇର ଏକ କମ୍ପାନୀରେ ସଫ୍ଟୱେୟର ଇଞ୍ଜିନିୟର ଥିଲେ। ଚେନ୍ନାଇରେ ମଧ୍ୟ ତାଙ୍କ ପତ୍ନୀ ଏବଂ ଦୁଇଟି ପିଲା ରହହୁଥିଲେ। ଗତ ୧୫ ବର୍ଷ ଧରି ସଫ୍ଟୱେର୍ ଫାର୍ମରେ କାମ କରିବା ପରେ ଡିପ୍ରେସନ କାରଣରୁ ଜୀବନ ହାରିଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking