ଭୁବନେଶ୍ୱର: ବାୟୁ ପ୍ରଦୂଷଣ ରୋକିବାକୁ ଲାଗୁ କଟକଣା ହଟାଇବ ବିଏମସି । ରାଜଧାନୀରୁ କାଠ ଓ କୋଇଲା ଚୁଲା ବ୍ୟବହାର କଟକଣା ହଟିବ । ଏନେଇ ସୂଚନା ଦେଲେ ବିଏମସି ମେୟର ସୁଲୋଚନା ଦାସ । ବ୍ୟବସାୟୀମାନେ କାଠ ଓ କୋଇଲା ଚୁଲା ଜାଳିପାରିବେ । ସଂଧ୍ୟା ବୈଠକରେ ନିଆଯିବ ଚୂଡାନ୍ତ ନିଷ୍ପତ୍ତି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଭାରତରେ ପ୍ରଭାବ ପଡୁଛି । ତୈଳ ଦର ବୃଦ୍ଧି ଠାରୁ ଆରମ୍ଭ କରି ଗ୍ୟାସ ସିଲିଣ୍ଡର ଯାଏଁ । ସବୁ ସମସ୍ୟା ଦେଖାଯାଉଛି । ଏବେ ଗ୍ରାହକ ବୈଦ୍ୟୁତିକ ଉପକରଣ ମୁହାଁ ହେଉଛନ୍ତି ।










