ଭୁବନେଶ୍ୱର: ନବୀନ ପଟ୍ଟନାୟକ ନୂଆପଡା ଯାଇନଥିଲେ କହିଥାଆନ୍ତେ ବୁଝାମଣା ହୋଇଛି । ପରାଜୟ ପରେ ଏପରି କହିଲେ ବିଧାୟକ ଗଣେଶ୍ୱର ବେହେରା । ନୂଆପଡା ଉପନିର୍ବାଚନ ଫଳାଫଳର ସମୀକ୍ଷା କରିବ ବିଜେଡି । ଯେଉଁମାନେ ନୂଆପଡା ଯାଇଛନ୍ତି ସେମାନେ ଜାଣିଛନ୍ତି ନବୀନଙ୍କ ଲୋକପ୍ରିୟତା । ଆଗାମୀ ସମୟ କହିବ ନବୀନ ବାବୁଙ୍କ ଲୋକପ୍ରିୟତା କେତେ ରହିଛି । ଗୋଟିଏ ବିପର୍ଯ୍ୟୟକୁ ନେଇ ସିଦ୍ଧାନ୍ତରେ ପହଞ୍ଚିବା ବୁଦ୍ଧିମତାର କାମ ନୁହେଁ । ଯେ ପର୍ଯ୍ୟନ୍ତ ନବୀନଙ୍କ ନେତୃତ୍ୱରେ ବିଜେଡି ପରିଚାଳିତ , ସେ ପର୍ଯ୍ୟନ୍ତ ଉଜ୍ୱଳ । ଦଳ ସଭାପତି କଣ ନିଜ ପ୍ରାର୍ଥୀ ପାଇଁ ପ୍ରଚାର କରିବେନି ।










