28.1 C
Bhubaneswar
Tuesday, February 3, 2026
Homeଖେଳମହିଳା ବିଶ୍ୱକପ ୨୦୨୫: ଟିମ୍ ଘୋଷଣା

ମହିଳା ବିଶ୍ୱକପ ୨୦୨୫: ଟିମ୍ ଘୋଷଣା

ନୂଆଦିଲ୍ଲୀ: ମହିଳା ବିଶ୍ୱକପ୍ ୨୦୨୫ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ଯାଉଛି ଏବଂ ଏବେ ଏଥିପାଇଁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ମହିଳା ଦିନିକିଆ ବିଶ୍ୱକପ ୨୦୨୫ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ହରମନପ୍ରୀତ କୌରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ସ୍ମୃତି ମନ୍ଧାନାଙ୍କୁ ଉପ-ଅଧିନାୟିକା କରାଯାଇଛି। କିଛି ସମୟ ଧରି ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିମାନଙ୍କୁ ସୁଯୋଗ ମିଳିଛି। ଭାରତ ସେପ୍ଟେମ୍ବର ୩୦ରେ ଶ୍ରୀଲଙ୍କା ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ।

ତେବେ, ଟୁର୍ନାମେଣ୍ଟର ଉଦଘାଟନୀ ମ୍ୟାଚର ସ୍ଥାନ ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇନାହିଁ। କର୍ଣ୍ଣାଟକ ସରକାରଙ୍କ ନିଯୁକ୍ତ ଏକ କମିଶନ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମକୁ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ଆଇପିଏଲ ୨୦୨୫ ବିଜୟ ପରେଡ ଓ ଉତ୍ସବ ସମୟରେ ହୋଇଥିବା ଭୟାବହ ଜନଗହଳି ପରେ ବୃହତ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅସୁରକ୍ଷିତ ଘୋଷଣା କରିଛି। ଓପନର ଶେଫାଲୀ ବର୍ମା ବିଶ୍ୱକପ ଦଳ ତଥା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଦଳରୁ ବାଦ ପଡ଼ିଛନ୍ତି।

୨୦୨୪ ଆରମ୍ଭରୁ ଭାରତୀୟ ମହିଳା ଦଳ ପ୍ରତିଦ୍ୱନ୍ଦୀ ଅଷ୍ଟ୍ରେଲିଆକୁ ଛାଡ଼ି ଅନ୍ୟ ସମସ୍ତ ଦଳ ବିପକ୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ହରମନପ୍ରୀତଙ୍କ ନେତୃତ୍ୱାଧୀନ ଦଳ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ ଓ ଆୟାରଲାଣ୍ଡକୁ ପରାସ୍ତ କରିଥିବା ବେଳେ ଇଂଲଣ୍ଡ ବିପକ୍ଷରେ ସମ୍ପ୍ରତି ସମାପ୍ତ ସିରିଜରେ ୨-୧ରେ ବିଜୟୀ ହୋଇଛି। ଶ୍ରୀଲଙ୍କାରେ ଅନୁଷ୍ଠିତ ତ୍ରି-ଦେଶୀୟ ଟୁର୍ନାମେଣ୍ଟରେ ମଧ୍ୟ ଭାରତ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକାକୁ ହରାଇ ଟ୍ରଫି ଜିତିଛି। ତେବେ, ବିଶ୍ୱ ଚାମ୍ପିଅନ ଅଷ୍ଟ୍ରେଲିଆ ବିପକ୍ଷରେ ଆଗାମୀ ଦିନିକିଆ ସିରିଜ (୧୪ରୁ ୨୦ ସେପ୍ଟେମ୍ବର) ମୁଲ୍ଲାନପୁର ଓ ଦିଲ୍ଲୀରେ ଖେଳାଯିବ, ଯାହା ବିଶ୍ୱକପ ପୂର୍ବରୁ ଭାରତର ଅନ୍ତିମ ପ୍ରସ୍ତୁତି ହେବ।

ମହିଳା ଦିନିକିଆ ବିଶ୍ୱକପ ୨୦୨୫ ପାଇଁ ଭାରତୀୟ ଦଳ:

ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା (ଉପ-ଅଧିନାୟକ), ପ୍ରତିକା ରାୱାଲ, ହରଲୀନ ଦେଓଲ, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗ୍ୟୁଜ, ରେଣୁକା ସିଂ ଠାକୁର, ଅରୁନ୍ଧତୀ ରେଡ୍ଡୀ, ରିଚା ଘୋଷ (ଉଇକେଟକିପର), କ୍ରାନ୍ତି ଗୌଡ଼, ଅମନଜୋତ କୌର, ରାଧା ଯାଦବ, ଶ୍ରୀ ଚରଣୀ, ୟାସ୍ତିକା ଭାଟିଆ (ଉଇକେଟକିପର), ସ୍ନେହ ରାଣା।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳ:
ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା (ଉପ-ଅଧିନାୟକ), ପ୍ରତିକା ରାୱାଲ, ହରଲୀନ ଦେଓଲ, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗ୍ୟୁଜ, ରେଣୁକା ସିଂ ଠାକୁର, ଅରୁନ୍ଧତୀ ରେଡ୍ଡୀ, ରିଚା ଘୋଷ (ଉଇକେଟକିପର), କ୍ରାନ୍ତି ଗୌଡ଼, ସାୟାଲୀ ସାତଘରେ, ରାଧା ଯାଦବ, ଶ୍ରୀ ଚରଣୀ, ୟାସ୍ତିକା ଭାଟିଆ (ଉଇକେଟକିପର), ସ୍ନେହ ରାଣା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking