ଭୁବନେଶ୍ୱର: କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଟାର୍ଗେଟ୍ । ଆଇନ ଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ । ମହିଳା ସୁରକ୍ଷା ପ୍ରସଙ୍ଗରେ ଗୃହ କମିଟି ଦାବି କରିଥିଲୁ। ୧୬ ଦିନ ପର୍ଯ୍ୟନ୍ତ ବିଧାନସଭାରେ ଦାବି କରିଥିଲୁ । ସରକାର କୌଣସି କଥା କର୍ଣ୍ଣପାତ କଲେନି । ନାରୀ ସୁରକ୍ଷିତ ନହେଲେ, ସରକାର ସୁରକ୍ଷିତ ରହିବନି । ଏପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କୌଣସି ବିବୃତି ଦେଲେନି । ମହିଳାଙ୍କ ସୁରକ୍ଷା ପାଇଁ ଲଢେଇ ଜାରି ରହିବ ।