21.1 C
Bhubaneswar
Wednesday, December 11, 2024
Homeଦେଶ ବିଦେଶମହିଳା ସୁରକ୍ଷା ଆଇନକୁ ଦୁରୂପଯୋଗ କରିବା ଉଚିତ ନୁହେଁ : ସୁପ୍ରିମକୋର୍ଟ

ମହିଳା ସୁରକ୍ଷା ଆଇନକୁ ଦୁରୂପଯୋଗ କରିବା ଉଚିତ ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମହିଳା ସୁରାକ୍ଷା ଆଇନର ଅପବ୍ୟବହାର ନେଇ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ବ୍ୟକ୍ତିଗତ ଉଦ୍ଦେଶ୍ୟର ସାଧନ ଲାଗି ଅନେକ ମହିଳା ସେମାନଙ୍କ ସ୍ୱାମୀ ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଯେ?ତୁକ ନିର୍ଯାତନା ଅଭିଯୋଗ ଆଣିବା ସହିତ ସେମାନଙ୍କ ସୁରକ୍ଷା ଲାଗି ରହିଥିବା ଆଇନ(ଆଇପିସିର ଧାରା ୪୯୮ଏ)ର ଭୁଲ ଫାଇଦା ଉଠାଉଛନ୍ତି । ତେବେ, ବର୍ତ୍ତମାନ କେଣସି ମହିଳା ବିଏନଏସ ୮୬ର ଅପବ୍ୟବହାର କରିପାରିବେ ନାହିଁ ବୋଲି ସବୋର୍ଚ୍ଚ ଅଦାଲତ କହିଛନ୍ତି । ଏହି ଆଇନ କେବଳ ମହିଳାଙ୍କ ସୁରକ୍ଷା ପାଇଁ ରହିଛି । ତେଣୁ ବ୍ୟକ୍ତିଗତ କାରଣ ପାଇଁ ଏହି ଆଇନର ଅବମାନନା କରୁଥିବା ବ୍ୟକ୍ତିଙ୍କୁ ୩ ବର୍ଷ ଜେଲ୍‌ ହେବା ସହ ସେମାନଙ୍କଠୁ ଜରିମାନା ମଧ୍ୟ ଆଦାୟ କରାଯିବ ବୋଲି କୁହାଯାଇଛି । ବେଙ୍ଗାଲୁରୁ ଏଆଇ ଇଞ୍ଜିନିୟର ଅତୁଲ ସୁବାଷଙ୍କ ଆତ୍ମହତ୍ୟାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ସବୋର୍ଚ୍ଚ ଅଦାଲତ ଏଭଳି ଏକ ରାୟ ଶୁଣାଇଛନ୍ତି ।

ସୁପ୍ରିମକୋର୍ଟ ବୁଧବାର ଏ ସମ୍ପର୍କରେ ବଡ଼ ମନ୍ତବ୍ୟ ଦେଇ ମହିଳା ବିରୋଧୀ ହିଂସା ଆଇନ ବ୍ୟକ୍ତିଗତ ଉଦେ୍‌ଦଶ୍ୟ ସାଧନ ଲାଗି ହୋଇନାହିଁ ବୋଲି କହିଛନ୍ତି । ଜଷ୍ଟିସ ବିଏନ୍‌ ନାଗାରଥନ୍ନା ଏବଂ ଜଷ୍ଟିସ ଏନ କୋଟିସୱାର ସିଂହଙ୍କ ଗଠିତ ଏହି ବେଞ୍ଚରେ କହିଛନ୍ତି ଯେ, ମହିଳାଙ୍କ ସୁରକ୍ଷା ତଥା ସେମାନଙ୍କୁ ଘରୋଇ ହିଂସାରୁ ସୁରକ୍ଷା ଦେବା ପାଇଁ ଏହି ବ୍ୟବସ୍ଥା ରହିଛି । ମାତ୍ର ଏବେ ଅନେକ ମହିଳା ଏହାର ଅପବ୍ୟବହାର କରୁଛନ୍ତି । କିଛି ମହିଳା ସେମାନଙ୍କ ସ୍ୱାମୀ ଓ ପରିବାରକୁ ବିଭିନ୍ନ ଦାବି କରି ଅସୁବିଧାରେ ପକାଉଛନ୍ତି । ତେବେ, ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ଏହି ସୁରକ୍ଷା ଆଇନକୁ ବ୍ୟବହାର କରିପାରିବେ ନାହିଁ । ଜଣେ ମହିଳା ନିଜ ବ୍ୟକ୍ତିଗତ ଉଦ୍ଦେଶ୍ୟ ହାସଲ ଲାଗି ତାଙ୍କ ସ୍ୱାମୀ କିମ୍ବା ତାଙ୍କ ପରିବାର ବିରୋଧରେ ଏପରି ନକରିବାକୁ ଉଲ୍ଲେଖ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking